ନିଚ୍ଛକ ଓଡ଼ିଆ କାହାଣୀକୁ ନେଇ ରିଲିଜ ହେବାକୁ ଯାଉଛି ଫିଲ୍ମ ‘ମେହେରମୁଣ୍ଡା
1 min read
ପୁରୁଷୋତ୍ତମପୁର: ନିଚ୍ଛକ ଓଡ଼ିଆ କାହାଣୀକୁ ନେଇ ରିଲିଜ ହେବାକୁ ଯାଉଛି ଫିଲ୍ମ ‘ମେହେରମୁଣ୍ଡା’। ମେହେରମୁଣ୍ଡା ରିଲିଜ ପୂର୍ବରୁ ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠରେ ପହଞ୍ଚିଥିଲେ ସିନେମାର ଏକ୍ଜିକ୍ୟୁଟିଭ୍ ପ୍ରଡ୍ୟୁସର ସୁପସା ଦତ୍ତଙ୍କ ସମେତ ନିର୍ଦ୍ଦେଶକ, ପ୍ରଯୋଜକ ଓ କଳାକାରମାନେ। ମା’ ତାରାତାରିଣୀଙ୍କ ଠାରେ ପୂଜାର୍ଚ୍ଚନା କରି କିପରି ଏହି ସିନେମାଟି ଲୋକାଦୃତ ହୋଇପାରିବ ସେଥିନେଇ ମା’ଙ୍କ ଶରଣାପନ୍ନ ହୋଇ ଆଶୀର୍ବାଦ ନେଇଛନ୍ତି। ପ୍ରଥମଥର ଲାଗି ସିନେମା ରିଲିଜ ପୂର୍ବରୁ ତାରାତାରିଣୀଙ୍କ ପୀଠରୁ ଏପରି କାର୍ଯ୍ୟକ୍ରମ ହୋଇଥିବାରୁ ଏହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଉତ୍କଣ୍ଠା ଦେଖାଦେଇଛି।
ସିନେମାର ଆଭମୁଖ୍ୟକୁ ନେଇ ନିର୍ଦ୍ଦେଶକ ନିକୁଞ୍ଜ ହୋତା କହିଛନ୍ତି ଯେ, ଏହି ସିନେମାଟି ସମ୍ପୂର୍ଣ୍ଣ ଭିନ୍ନଧରଣର ଏକ ସଂପ୍ରଦାୟର ଜୀବନ କାହାଣୀକୁ ନେଇ ପ୍ରସ୍ତୁତ ହୋଇଛି। ମହାମାରୀ କରୋନାର ଲକଡାଉନ ସମୟରେ ଲୁଗା ବୁଣାକାର ପରିବାରଙ୍କ ଜୀବନର ସଂଘର୍ଷମୟ କାହାଣୀ ସହ ଅନଲାଇନ୍ ବ୍ୟସାୟ ହିଁ ମୁଖ୍ୟ ପ୍ରସଙ୍ଗ ରହିଛି। ଏହା ଜିଆର ରେକର୍ଡ ବ୍ୟାନରରେ ନିର୍ମିତ ୨୬ ଲକ୍ଷ ବୁଣାକାରଙ୍କ ପ୍ରଗତିକୁ ନେଇ ଅନ୍ତର୍ଜାତୀୟ ହସ୍ତତନ୍ତ ଦିବସରେ ଓଡ଼ିଶା ହସ୍ତତନ୍ତ ବିଭାଗ ଆନୁକୂଲ୍ୟରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ବଲିଉଡ୍ ଅଭିନେତ୍ରୀ ମାଧୁରୀ ଦୀକ୍ଷିତଙ୍କ ଉପସ୍ଥିତିରେ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାର ଫାଷ୍ଟ ଲୁକର ଲୋକାର୍ପଣ କରିଥିଲେ।
ଏହି ଫିଲ୍ମର ପ୍ରଯୋଜନା ରାକେଶ କୁମାର ପାଢ଼ୀ କରିଥିବା ବେଳେ ନିର୍ଦ୍ଦେଶନା ଦେଇଛନ୍ତି ନିକୁଞ୍ଜ ହୋତା। ସଙ୍ଗୀତକୁ ଅମିତ ଯୁବରାଜ ସଜାଇଥିବା ବେଳେ ମୁଖ୍ୟ ଅଭିନେତ୍ରୀ ରୂପେ ଆଲିନ ଅଙ୍କିତା ରହିଛନ୍ତି। ଏହି ଅବସରରେ ମନ୍ଦିର ନିର୍ବାହୀ ଅଧିକାରୀ ତଥା ପୁରୁଷୋତ୍ତମପୁର ତହସିଲଦାର ବିନୋଦକୁମାର ବେହେରାଙ୍କୁ ସିନେମା ପରି


