ଦିଲ୍ଲୀ ହାଇକୋର୍ଟ ସମ୍ପ୍ରତି ଉନ୍ନାଓ ବଳାତ୍କାର ମାମଲାରେ ଅଭିଯୁକ୍ତ ପୂର୍ବତନ ବିଧାୟକ କୁଲଦୀପ ସିଂହ ସେଙ୍ଗାରଙ୍କ ଦଣ୍ଡାଦେଶକୁ ସ୍ଥଗିତ
1 min read
ନୂଆଦିଲ୍ଲୀ: ଦିଲ୍ଲୀ ହାଇକୋର୍ଟ ସମ୍ପ୍ରତି ଉନ୍ନାଓ ବଳାତ୍କାର ମାମଲାରେ ଅଭିଯୁକ୍ତ ପୂର୍ବତନ ବିଧାୟକ କୁଲଦୀପ ସିଂହ ସେଙ୍ଗାରଙ୍କ ଦଣ୍ଡାଦେଶକୁ ସ୍ଥଗିତ ରଖିଛନ୍ତି ସୁପ୍ରିମକୋର୍ଟ। ହାଇକୋର୍ଟ ସେଙ୍ଗାରଙ୍କ ଆଜୀବନ କାରାଦଣ୍ଡାଦେଶକୁ ସ୍ଥଗିତ ରଖିଥିଲେ ଏବଂ ତାଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଥିଲେ। ଏହି ନିଷ୍ପତ୍ତିକୁ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଦ୍ୱାରା ଚ୍ୟାଲେଞ୍ଜ କରାଯାଇଥିଲା।
ମୁଖ୍ୟ ବିଚାରପତି ସୂର୍ଯ୍ୟକାନ୍ତ, ବିଚାରପତି ଜେ.କେ. ମାହେଶ୍ୱରୀ ଏବଂ ବିଚାରପତି ଅଗଷ୍ଟିନ ଜର୍ଜ ମାସିହଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠ ଆବେଦନର ଶୁଣାଣି କରୁଛନ୍ତି। ହାଇକୋର୍ଟ ସେଙ୍ଗାରଙ୍କ ଦଣ୍ଡକୁ ସ୍ଥଗିତ ରଖି ତାଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଥିଲେ। ତଥାପି, ଉନ୍ନାଓ ବଳାତ୍କାର ପୀଡିତାଙ୍କ ପିତାଙ୍କ ହାଜତ ମୃତ୍ୟୁ ସହିତ ଜଡିତ ଏକ ପୃଥକ ମାମଲାରେ ୧୦ ବର୍ଷ ଜେଲଦଣ୍ଡ ହେତୁ ସେଙ୍ଗାର ଜେଲରେ ଅଛନ୍ତି। ପୀଡିତା ଏବଂ ତାଙ୍କ ପରିବାର ହାଇକୋର୍ଟର ନିଷ୍ପତ୍ତି ଉପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଏବଂ ଦିଲ୍ଲୀ ହାଇକୋର୍ଟ ବାହାରେ ପ୍ରତିବାଦ କରୁଛନ୍ତି।
ସିବିଆଇର ପ୍ରତିନିଧିତ୍ୱ କରୁଥିବା ଏସଜି ତୁଷାର ମେହଟା କହିଛନ୍ତି, ନାବାଳିକାଙ୍କୁ ଭୟଙ୍କର ଭାବରେ ବଳାତ୍କାର କରାଯାଇଥିଲା ଏବଂ ହାଇକୋର୍ଟ ଭାରତୀୟ ଦଣ୍ଡ ସଂହିତାର ଧାରା ୩୭୬ ଏବଂ ଯୌନ ଅପରାଧରୁ ଶିଶୁ ସୁରକ୍ଷା (POCSO) ଧାରା ୫କୁ ବିଚାର କରିନାହାଁନ୍ତି।
ଏସଜି ତୁଷାର ମେହେଟ୍ଟା କହିଛନ୍ତି, ସେଙ୍ଗାରଙ୍କୁ ଦୁଇଟି ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇଛି, ଏବଂ ଘଟଣା ସମୟରେ ପୀଡିତାଙ୍କ ବୟସ ୧୬ ବର୍ଷରୁ କମ ଥିଲା। ତାଙ୍କର ବୟସ ୧୫ ବର୍ଷ ୧୦ ମାସ ଥିଲା, ଏବଂ ଦୋଷୀ ସାବ୍ୟସ୍ତ ହେବା ବିରୋଧରେ ଏକ ଆବେଦନ ବିଚାରାଧୀନ ଥିଲା।
ଏହି ମାମଲା ୨୦୧୭ରେ ଘଟିଥିଲା। ଉତ୍ତର ପ୍ରଦେଶର ତତ୍କାଳୀନ ଏମ୍ପି କୁଲଦୀପ ସିଂହ ସେଙ୍ଗାରଙ୍କ ଉପରେ ଉନ୍ନାଓ ଜିଲାର ଜଣେ ନାବାଳିକା ଝିଅ ବଳାତ୍କାର ଅଭିଯୋଗ ଆଣିଥିଲେ। ୨୦୧୯ରେ ଦିଲ୍ଲୀର ଏକ ଟ୍ରାଏଲ କୋର୍ଟ କୁଲଦୀପ ସିଂହ ସେଙ୍ଗାରଙ୍କୁ ବଳାତ୍କାର ପାଇଁ ଦୋଷୀ ସାବ୍ୟସ୍ତ କରିଥିଲେ ଏବଂ ତାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ। ସେଙ୍ଗାରଙ୍କୁ ପୀଡିତାଙ୍କ ପିତାଙ୍କ ହାଜତ ମୃତ୍ୟୁ ଏବଂ ସାକ୍ଷୀମାନଙ୍କୁ ପ୍ରଭାବିତ କରିବା ମାମଲାରେ ମଧ୍ୟ ଦୋଷୀ ସାବ୍ୟସ୍ତ କରାଯାଇଥିଲା। ଡିସେମ୍ବର ୨୩ରେ ଦିଲ୍ଲୀ ହାଇକୋର୍ଟ ସେଙ୍ଗାରଙ୍କ ଆବେଦନ ଉପରେ ତାଙ୍କ ଦଣ୍ଡାଦେଶକୁ ସ୍ଥଗିତ ରଖିଥିଲେ ଏବଂ ପୂର୍ବରୁ ବିତାଇଥିବା ସମୟ (୭ ବର୍ଷ ପାଞ୍ଚ ମାସ) ଏବଂ ଆଇନଗତ ଆଧାର ଉଲ୍ଲେଖ କରି ତାଙ୍କୁ ସର୍ତ୍ତମୂଳକ ଜାମିନ ମଧ୍ୟ ଦେଇଥିଲେ।


