March 25, 2026

ଷଣ୍ଢ ବୋଝେଇ କଣ୍ଟେନରକୁ ଅଟକାଇଲେ ଗୋ ରକ୍ଷକ

1 min read

ବାଙ୍ଗିରିପୋଷି: ମୟୂରଭଞ୍ଜ ଜିଲ୍ଲାରେ ଖୁଲମଖୁଲା ଚାଲିଛି ଗୋ ଚାଲାଣ। ଗୋରୁ ଗାଈମାନଙ୍କ ପରେ ଷଣ୍ଢ ଉପରେ ଗୋ ମାଫିଆଙ୍କ ଦୃଷ୍ଟି ପଡ଼ିଛି। ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ଜାତୀୟ ରାଜପଥ ୪୯ ପୁଆଣି -ବାଲିଆସାହି ରାସ୍ତାରେ ଏକ ଷଣ୍ଢ ବୈଝେଇ କଣ୍ଟେନରକୁ ଅଟକାଇ ଗୋ ରକ୍ଷକମାନେ ପୁଲିସର ଜିମା ଦେଇଛନ୍ତି। କଣ୍ଟେନରରେ ୭୦ରୁ ଊର୍ଦ୍ଧ୍ବ ଷଣ୍ଢ ଅଛନ୍ତି। ଛତିଶଗଡ଼ରୁ କୋଲକାତା ଯାଉଥିଲା। ତିନି ଜଣଙ୍କୁ ଅଟକ ରଖି ବାଙ୍ଗିରିପୋଷି ପୁଲିସ ତଦନ୍ତ କରୁଛି। ସୂଚନାଯୋଗ୍ୟ ଗତ ଶିବରାତ୍ରୀ ଦିନ ଥାନା ସମ୍ମୁଖରେ ଦୁର୍ଘଟଣା ହୋଇ ଥିବା ଏକ ବୋଲେରୋ ମଧ୍ୟରୁ ଚାରୋଟି ଷଣ୍ଢ ପୁଲିସ ଉଦ୍ଧାର କରିଥିଲେ। ଡ୍ରାଇଭର ଫେରାର ଥିବାରୁ ପୁଲିସ କାହାରିକୁ ଗିରଫ କରି ପାରିନାହିଁ