ଘର ସମ୍ମୁଖରେ ଥିବା ଅଟୋ ପୋଡ଼ି
1 min read
ସବଡେଗା: ସୁନ୍ଦରଗଡ଼ ଜିଲ୍ଲା ସବଡେଗା ବ୍ଲକ୍ କିରାଲଗା ପଞ୍ଚାୟତ କୁମାଟୋଲିରେ ଶୁକ୍ରବାର ରାତିରେ କିଛି ଦୁର୍ବୃତ୍ତ ଘର ସମ୍ମୁଖରେ ଥିବା ଏକ ଅଟୋକୁ ନିଆଁ ଲଗାଇ ଦେଇଥିବା ଦେଖାଯାଇଛି। ଗାଡ଼ି ମାଲିକ ସୁନିତା ମହାନ୍ଦିଆଙ୍କ କହିବା ଅନୁଯାୟୀ, ତାଙ୍କ ଅଟୋଟି ୯ଓଡି ୧୬ଇ -୮୧୬୬) ପ୍ରତିଦିନ ଘର ସମ୍ମୁଖରେ ରାତିରେ ରହିଥାଏ। ଗତ ରାତି ୧୧ଟାରୁ ୧୨ଟା ଭିତରେ ଅଟୋରେ ନିଆଁ ଲାଗିଥିବା ସୁନିତା ଦେଖିବାକୁ ପାଇଥିଲେ। ଗ୍ରାମବାସୀ କୌଣସି ମତେ ନିଆଁକୁ ଆୟତ୍ତ କରିଥିଲେ। ଗ୍ରାମର ଜଣେ ମହିଳା ଓ ତାଙ୍କ ପୁଅ ପ୍ରତିଦିନ ନିଶାଗ୍ରସ୍ତ ଅବସ୍ଥାରେ ଗାଳିଗୁଲଜ କରିବା ସହିତ ଅଟୋକୁ ପୋଡ଼ିଦେବୁ ବୋଲି ଧମକ ଦେଉଥିଲେ। ଅଟୋରେ ନିଆଁ ଲାଗିବା ପରେ ଗ୍ରାମବାସୀ ସଂପୃକ୍ତ ମହିଳା ଓ ତାଙ୍କ ପୁଅକୁ ଖୋଜିଥିବା ବେଳେ ଉଭୟ ଫେରାର ଥିବା ଜଣାପଡ଼ିଥିଲା। ଏନେଇ ସୁନିତା ତଳସରା ଥାନାରେ ଅଭିଯୋଗ କରିବା ପରେ ପୁଲିସ ଘଟଣାର ତଦନ୍ତ କରୁଛି।


