କଳାକାର ଓ ଅନ୍ତରା ଚକ୍ରବର୍ତ୍ତୀ ଙ୍କ ଗୀତରେ ଝୁମିଲେ ଦର୍ଶକ
1 min read
ଘୁ.ଉଦୟଗିରି: ଓଡ଼ିଶାର ସର୍ବନିମ୍ନ ଏବଂ ସବୁଠାରୁ କମ ତାପମାତ୍ରା ଏବଂ ଶୀତଳତମ ସହର ଭାବେ ପ୍ରତିଷ୍ଠା ଲାଭ କରିଥିବା ଘୁ.ଉଦୟଗିରି ଅଞ୍ଚଳର ସବୁଜ ସୁନ୍ଦର ବନାନୀ ଭରା ପର୍ଯ୍ୟଟନ ସ୍ଥଳୀ ଗୁଡ଼ିକର ଭିତିଭୂମିର ବିକାଶ ଓ ଅଞ୍ଚଳର ଇତିହାସ କୁ ଲୋକ ଲୋଚନ କୁ ଆଣିବା ହେଉଛି ମୁଖ୍ୟ ଲକ୍ଷ୍ୟ ହେଉଛି ଘୁ.ଉଦୟଗିରି ଶୀତ ମହୋତ୍ସବ ‘ତୁଷାର‘। ଏହି କ୍ରମରେ ସ୍ଥାନୀୟ କଳିଙ୍ଗ ମିନି ଷ୍ଟାଡିୟମରେ ପ୍ରଥମ ଥର ଆୟୋଜିତ ଶୀତ ମହୋତ୍ସବ ତୁଷାର ୨୦୨୬ ର ତୃତୀୟ ଦିନ ସନ୍ଧ୍ୟା ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଝୁମିଲା ମହୋତ୍ସବ ପଡ଼ିଆ| କାର୍ଯ୍ୟକ୍ରମ ରେ ସ୍ଥାନୀୟ ଅଞ୍ଚଳର ଲୋକ କଳା ସଂକୃତି ଉପରେ ଆଧାରିତ ଅତି ସୁନ୍ଦର ନୃତ୍ୟ ପ୍ରଦର୍ଶନ କରିଥିଲେ କଳାକାର ବୃନ୍ଦ| ମହୋତ୍ସବ ସନ୍ଧ୍ୟାର ମୁଖ୍ୟ ଆକର୍ଷଣ ଥିଲେ ସୁନାମଧନ୍ୟ କଣ୍ଠ ଶିଳ୍ପୀ ଅନ୍ତରା ଚକ୍ରବର୍ତ୍ତୀ ଓ ତାଙ୍କ ସଙ୍ଗୀତ ଦଳ ଯାହାଙ୍କ ମଧୁର ସଙ୍ଗୀତ ପରିବେଷଣରେ ଦର୍ଶକମାନେ ମନୋମୁଗ୍ଧ ହୋଇଥିଲେ। ଏହି ଅବସରରେ ପରିଷଦ ଅଧ୍ୟକ୍ଷା ସୁଶ୍ରୀ ଦେବସ୍ମିତା ଶତପଥୀ କାର୍ଯ୍ୟକ୍ରମର ସଭାପତିତ୍ୱ କରିଥିଲେ।କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଶମ୍ଭୁନାଥ ନନ୍ଦୀ, ଅତିରିକ୍ତ ପୋଲିସ ଅଧିକ୍ଷକ ବିଭୁତି ଭୂଷଣ ମହାପାତ୍ର,ସାହିତ୍ୟିକ ପ୍ରବୀଣ କୁମାର ବଣୁଆ,ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଆଶୁତୋଷ ଗୌରବ କର,ଫୁଲବାଣୀ ଆଇଟିଡିଏ ପ୍ରକଳ୍ପ ପ୍ରଶାସକ ଗଦାଧର ପାତ୍ର,ତହସିଲଦାର ରଞ୍ଜନ କୁମାର ସାହୁ, ବିଡିଓ ତଥା ଶୀତ ମହୋତ୍ସବ ଅଧ୍ୟକ୍ଷ ସତ୍ୟ ନାରାୟନ ମିଶ୍ର,କମିଟି ସଭାପତି ଜ୍ଞାନ ଚନ୍ଦ୍ର ପ୍ରଧାନ, ସମ୍ପାଦକ ମହମ୍ମଦ ଜିଆଉଦିନ ଅହମ୍ମଦ, ଉପାଧ୍ୟାକ୍ଷ ସନ୍ତୋଷ କୁମାର ବାଘ,ପୂର୍ବତନ ବିଧାୟିକା ଅଜୟନ୍ତୀ ପ୍ରଧାନ ଓ ସମସ୍ତ କାଉନସିଲର ବୃନ୍ଦ ଯୋଗ ଦେଇଥିଲେ। ଅତିଥିମାନଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା। ମଞ୍ଚାସୀନ ଅତିଥିମାନଙ୍କୁ ଉପଢ଼ୌକନ ଓ ଫୁଲ ଗଛ ପ୍ରଦାନ କରି ସଂମ୍ମାନିତ କରାଯାଇଥିଲା। ସୁଧୀର କୁମାର ସାହୁ ଓ ସାଥି ଅତି ସୁନ୍ଦର ଭାବେ ମଞ୍ଚ ପରିଚାଳନା କରିଥିଲେ। ସନ୍ଧ୍ୟାର ସାଂସ୍କୃତିକ କାର୍ଯ୍ୟକ୍ରମ ରେ ସ୍ଥାନୀୟ କଳାକାର ମାନଙ୍କ ସୁନ୍ଦର ଲୋକ ନୃତ୍ୟ ସହ ଅନ୍ତରା ଚକ୍ରବର୍ତ୍ତୀ ଙ୍କ ସୁମଧୁର କଣ୍ଠ ସ୍ୱରରେ ଦର୍ଶକମାନେ ଝୁମି ଉଠିଥିଲେ। ହଜାର ହଜାର ଦର୍ଶକ ଉପସ୍ଥିତ ରହି ସଙ୍ଗୀତ ଓ ସାଂସ୍କୃତିକ କାର୍ଯ୍ୟକ୍ରମ କୁ ଉପଭୋଗ କରିଥିଲେ ଯାହା ମହୋତ୍ସବକୁ ଆହୁରି ରଙ୍ଗୀନ କରିଥିଲା


