ସେପ୍ଟେମ୍ବର ୨୭ ତାରିଖ ଅର୍ଥାତ ଆସନ୍ତାକାଲି ଝାରସୁଗୁଡ଼ାରେ ଅନୁଷ୍ଠିତ ହେବାକୁ ଥିବା ସର୍ବଭାରତୀୟ ଯୁବ ସମାବେଶ କାର୍ଯ୍ୟକ୍ରମ
1 min read
ଭୁବନେଶ୍ୱର: ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏନେଇ ହାଇଆଲର୍ଟରେ ରହିଛି ଝାରସୁଗୁଡ଼ା ସହର। ସେପ୍ଟେମ୍ବର ୨୭ ତାରିଖ ଅର୍ଥାତ ଆସନ୍ତାକାଲି ଝାରସୁଗୁଡ଼ାରେ ଅନୁଷ୍ଠିତ ହେବାକୁ ଥିବା ସର୍ବଭାରତୀୟ ଯୁବ ସମାବେଶ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଯୋଗ ଦେବେ।
ପୂର୍ବାହ୍ନ ୧୧ଟା ୧୦ ମିନିଟରେ ପ୍ରଧାନମନ୍ତ୍ରୀ ମୋଦି ଝାରସୁଗୁଡ଼ା ବିମାନ ବନ୍ଦରରେ ପହଞ୍ଚିବେ। ୧୧ଟା ୨୫ରେ ଅମଲିପାଲି ପଡ଼ିଆରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। କାର୍ଯ୍ୟକ୍ରମ ସାରି ୧୨ଟା ୪୫ ମିନିଟ୍ରେ ପ୍ରଧାନମନ୍ତ୍ରୀ ମୋଦି ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ ବୋଲି ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।
ଅନ୍ୟପକ୍ଷେ, ରାଜ୍ୟ ପୋଲିସ ଡିଜି ୱାଇ.ବି. ଖୁରାନିଆ ସୁରକ୍ଷାକୁ ନେଇ ବୈଠକ କରିବା ସହିତ ସଭାସ୍ଥଳରେ ସମୀକ୍ଷା କରିଛନ୍ତି। ତାଙ୍କ ସହ ଏଡିଜି ସନ୍ତୋଷ ବାର୍ଲା, ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ, ଆରଡିସି ସଚିନ ରାମଚନ୍ଦ୍ର ୟାଦବ, ଜିଲାପାଳ କୁନାଲ ମୋତିରାମ ଚୌହାନଙ୍କ ସହିତ ଝାରସୁଗୁଡ଼ା ଏସ୍ପିଜି ଆର ରାଘବେନ୍ଦ୍ରଙ୍କ ସହିତ ଏନଏସଜି କମାଣ୍ଡୋମାନେ ମଧ୍ୟ ସଭାସ୍ଥଳର ସମୀକ୍ଷା କରିଛନ୍ତି।