December 12, 2025

କଳିଙ୍ଗା ଘାଟି ତଳେ ଭୟଙ୍କର ଦୁର୍ଘଟଣା

1 min read

ଭଞ୍ଜନଗର: ଗଞ୍ଜାମ ଜିଲା ଭଞ୍ଜନଗର ଫୁଲବାଣୀ ମୁଖ୍ୟ ରାସ୍ତାର କଳିଙ୍ଗା ଘାଟି ତଳେ ଦୁର୍ଗାପ୍ରସାଦଠାରେ ଶୁକ୍ରବାର ସନ୍ଧ୍ୟାରେ ଏକ ଲୁହା ଛଡ଼ ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଗାଡିରେ ଥିବା ଚାଳକ ଅନ୍ୟ ଜଜଙ୍କ ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଛି। ସଂପୃକ୍ତ ଅଞ୍ଚଳବାସୀ ଖବର ଲେଖା ହେବା ସୁଦ୍ଧା ଉକ୍ତ ଦୁଇଜଣଙ୍କୁ ଗାଡିରୁ ବାହାର କରିବା ପାଇଁ ଚେଷ୍ଟା ଚଳାଇଛନ୍ତି ।
ଅପରପକ୍ଷେ ଭଞ୍ଜନଗର ପୋଲିସ ଏବଂ ଦମକଳ ବାହୀନି ମଧ୍ୟ ଘଟଣାସ୍ଥଳକୁ ଯାଉଛି।
ସୂଚନା ଯୋଗ୍ୟ ଯେ, ପଶ୍ଚିମବଙ୍ଗରୁ ଏକ ଟ୍ରକ ଲୁହା ଛଡ଼ ବୋଝେଇ କରି ଭଞ୍ଜନଗର ଅଭିମୁଖେ ଆସୁଥିଲା। ବାଟରେ କଳିଙ୍ଗା ଘାଟି ତଳେ ଦୁର୍ଗାପ୍ରସାଦ ଠାରେ ଗାଡ଼ ଚାଳକ ଭାରସାମ୍ୟ ହରାଇ ଏକ ବଦ୍ୟୁଖୁଣ୍ଟ କୁ ଧକ୍କାଦେଇଥିଲେ। ଫଳରେ ବିଦ୍ୟୁତ ଖୁଣ୍ଟ ଭାଙ୍ଗି ଯାଇଥିଲା । ପରେ ଗାଡ଼ିଟି ସେଠାରେ ଥିବା ଏକ ସେତୁକୁ ଧକ୍କା ହୋଇଥିଲା ।ଲୁହା ଛଡ଼ ଉକ୍ତ ଦୁଇଜଣଙ୍କ ଶରୀରରେ ପଶିଯାଇଛି। ଏଥିସହ ବିଦ୍ୟୁତ ତାର ଛିଣ୍ଡି ଗାଡ଼ି ଉପରେ ପଡିଛିା। ତେଣୁ ଉକ୍ତ ଦୁଇଜଣଙ୍କୁ ବିଦ୍ୟୁତ୍‌ ଆଘାତ ମଧ୍ୟ ହୋଇଥିବା ଆଶଙ୍କା କରାଯାଉଛି ।ବାରମ୍ବାର ଉକ୍ତ ରାସ୍ତାରେ ଦୁର୍ଘଟଣା ଘଟୁଛି। ଏଥିରେ ଅନେକ ଲୋକ ମୃତାହତ ହେଉଛନ୍ତି। ଯାହାକି ଚିନ୍ତାଜନକ ବିଷୟ। ତେଣୁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଇ ରାସ୍ତାର ନକ୍ସା ବଦଳାଇବା ପାଇଁ ଦାବି ହୋଇଛି।