January 27, 2026

ଆଜି ଛତ୍ରପୁର ଥାନାରେ ପୁଲିସ, କୁଳ ସମାଜର କର୍ମକର୍ତ୍ତା ଓ ତହସିଲଦାରଙ୍କ ପରିବାରଙ୍କ ମଧ୍ୟରେ ଏକ ତ୍ରିପାକ୍ଷିକ ବୈଠକରେ କୁଳରେ ଅତିରିକ୍ତ ତହସିଲଦାରଙ୍କ ପରିବାର ମିଳମିଶି ଚଳିବେ ବୋଲି ସହମତି

1 min read

ଛତ୍ରପୁର: ବହୁ ବାଦବିବାଦ ପରେ କୈବର୍ତ୍ତ କୁଳ ସମାଜ ମୁଣ୍ଡ ନୁହାଁଇଛି। ସାମାଜିକ ବାସନ୍ଦ ଗଂଜାମଜିଲ୍ଲା ଆସିକା ଅତିରିକ୍ତ ତହସିଲଦାର ସୌଦାଗର ବେହେରାଙ୍କ ପରିବାରକୁ କୁଳରେ ସାମିଲ କରିବାକୁ ସମାଜର କର୍ମକର୍ତ୍ତାମାନେ ରାଜି ହୋଇଛନ୍ତି। ଆଜି ଛତ୍ରପୁର ଥାନାରେ ପୁଲିସ, କୁଳ ସମାଜର କର୍ମକର୍ତ୍ତା ଓ ତହସିଲଦାରଙ୍କ ପରିବାରଙ୍କ ମଧ୍ୟରେ ଏକ ତ୍ରିପାକ୍ଷିକ ବୈଠକରେ କୁଳରେ ଅତିରିକ୍ତ ତହସିଲଦାରଙ୍କ ପରିବାର ମିଳମିଶି ଚଳିବେ ବୋଲି ସହମତି ହୋଇଛନ୍ତି। ଏଥିରେ କୌଣସି ବାଧାବିଘ୍ନ ଆଉ ରହିବ ନାହିଁ ବୋଲି ତ୍ରିପାକ୍ଷିକ ବୈଠକରେ ନିଷ୍ପତ୍ତି ହୋଇଛି।

ଏନେଇ ଛତ୍ରପୁର ଥାନା ଅଧିକାରୀଙ୍କ ଉପସ୍ଥିତିରେ କୁଳ ସମାଜର କର୍ମକର୍ତ୍ତାମାନେ ଲିଖିତ ଭାବେ ଜଣାଇଥିଲେ। ଆଗକୁ କୌଣସି ପରିବାରକୁ ମଧ୍ୟ ଏଭଳି ହଇରାଣ କରାଯିବ ନାହିଁ ବୋଲି କୁଳ ସମାଜ ପକ୍ଷରୁ କୁହାଯାଇଥିଲା। ଏହା ସହିତ ଗତକାଲି କୁଳ ସମାଜର ୯ ଜଣଙ୍କ ବିରୋଧ ରୁଜୁ ହୋଇଥିବା ମାମଲାକୁ ଥାନା ପକ୍ଷରୁ ରଦ୍ଦ କରାଯାଇଛିl