ଚନ୍ଦ୍ରଭାଗାରେ ବୁଡ଼ ପକାଇଲେ ୩ ଲକ୍ଷରୁ ଊର୍ଦ୍ଧ୍ବ ଶ୍ରଦ୍ଧାଳୁ
1 min read
କୋଣାର୍କ: ଆଜି ରବିବାର ପୁରାଣ ପ୍ରସିଦ୍ଧ ଚନ୍ଦ୍ରଭାଗା ସ୍ଥିତ ପବିତ୍ର ତୀର୍ଥ ପୁଷ୍କରିଣୀରେ ମାଘମାସ ଶୁକ୍ଳପକ୍ଷ ସପ୍ତମୀ ତିଥିରେ ନିର୍ଦ୍ଧାରିତ ନୀତିନିର୍ଘଣ୍ଟ ମହେନ୍ଦ୍ର ବେଳାର ବହୁ ପୂର୍ବରୁ ଭୋର ୪.୦୧ ମିନିଟରେ ତିନି ଠାକୁର ସ୍ନାନ କରିବା ପରେ ୪.୨୫ ମିନିଟରେ ୩ ଲକ୍ଷରୁ ଊର୍ଦ୍ଧ୍ବ ଶ୍ରଦ୍ଧାଳୁ ବୁଡ଼ ପକାଇ ଥିଲେ। ପରେ ଲକ୍ଷାଧିକ ଶ୍ରଦ୍ଧାଳୁ ସୂର୍ଯ୍ୟ ଦର୍ଶନ ପାଇଁ ସମୁଦ୍ରକୂଳକୁ ଯାଇ ପୁଜାର୍ଚ୍ଚନା କରି ସୂର୍ଯ୍ୟଦେବତାଙ୍କ ପ୍ରଥମ ସୂର୍ଯ୍ୟୋଦୟ ୬.୩୪ମିନିଟରେ ଦେଖି ଦର୍ଶନ କରିଥିଲେ ।


