କୋରାପୁଟକୁ ୩-୨ ଗୋଲରେ ହରାଇଲା ସୁନ୍ଦରଗଡ଼
1 min read
ଭଞ୍ଜନଗର: ଗଞ୍ଜାମ ଜିଲା ଭଞ୍ଜନଗର ଜେଲ ପଡ଼ିଆରେ ଭଞ୍ଜ ଟ୍ରଫି-୨୦୨୫ ସର୍ବ ଭାରତୀୟ ଟୁର୍ନାମେଣ୍ଟ ଚାଲିଛି। ମଙ୍ଗଳବାର ଦ୍ୱିତୀୟ ମ୍ୟାଚ୍ କୋରାପୁଟ ଓ ସୁନ୍ଦରଗଡ଼ ମଧ୍ୟରେ ହୋଇଥିଲା। ଏକ କଡ଼ା ସଂଘର୍ଷ ପୂର୍ଣ୍ଣ ମ୍ୟାଚ୍ରେ ସୁନ୍ଦରଗଡ଼ କୋରାପୁଟକୁ ୩-୨ଗୋଲରେ ପରାସ୍ତ କରି ଦ୍ୱିତୀୟ ଦଳ ଭାବେ ସେମି ଫାଇନାଲରେ ପ୍ରବେଶ କରିଛି। ବୁଧବାର ପ୍ରଥମ ସେମି ଫାଇନାଲ ମ୍ୟାଚ୍ ସୁନ୍ଦରଗଡ଼ ଓ ବକ୍ସର (ବିହାର) କାମାକ୍ଷା ଫୁଟବଲ କ୍ଲବ୍ ମଧ୍ୟରେ ହେବ। ଆଜିର ମ୍ୟାଚରେ ରେଫରୀ ଦିଲ୍ଲୀପ କୁମାର ରାଉତ ଥିଲେ। ଲାଇନ୍ସ ମ୍ୟାନ
ଦେବଦ୍ରତ ବେହେରା, ସୁଜିତ୍ ରାଜହଂସ, ମ୍ୟାଚ୍ କମିଶନର ପି ଆନନ୍ଦ ରାଓ ଓ ପି ରମେଶ ଥିଲେ।


