August 30, 2026

‘ମନ୍ କୀ ବାତ୍‌’ କାର୍ଯ୍ୟକ୍ରମରେ ଓଡ଼ିଶାର ସମ୍ବଲପୁର ଜିଲ୍ଲା ଡେବ୍ରିଗଡ଼ ଅଞ୍ଚଳର ମୈଥିଲୀ ଭୂଏଙ୍କ ସଫଳତାର କାହାଣୀ

1 min read

ସମ୍ବଲପୁର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ମନ୍ କୀ ବାତ୍‌’ କାର୍ଯ୍ୟକ୍ରମରେ ଓଡ଼ିଶାର ସମ୍ବଲପୁର ଜିଲ୍ଲା ଡେବ୍ରିଗଡ଼ ଅଞ୍ଚଳର ମୈଥିଲୀ ଭୂଏଙ୍କ ସଫଳତାର କାହାଣୀ ସ୍ଥାନ ପାଇଛି। ମହିଳାଙ୍କ ପାଇଁ ମୈଥିଲୀ ଜଣେ ପ୍ରେରଣା ବୋଲି କହିବା ସହ ତାଙ୍କ ଜୀବନ ଓ ଜୀବିକାରେ ଆସିଥିବା ପରିବର୍ତ୍ତନର କଥା ବଖାଣିଛନ୍ତି ପ୍ରଧାନମନ୍ତ୍ରୀ।

ଦିନେ ମୈଥିଲୀ ଜଙ୍ଗଲଜାତ ଦ୍ରବ୍ୟ ଉପରେ ନିର୍ଭର କରି ଜୀବିକା ନିର୍ବାହ କରୁଥିଲେ। ଜଙ୍ଗଲରୁ ମିଳୁଥିବା ବିଭିନ୍ନ ଉତ୍ପାଦ ବିକ୍ରି କରି ସେ ପରିବାର ଚଳାଉଥିଲେ। ତେବେ ଇକୋ-ଟୁରିଜିମ୍‌ ସହ ଯୋଡ଼ି ହେବା ପରେ ତାଙ୍କ ପାଇଁ ରୋଜଗାରର ନୂଆ ସୁଯୋଗ ସୃଷ୍ଟି ହୋଇଛି। ଏହା ତାଙ୍କ ଜୀବନରେ ନୂଆ ଆଶା ଓ ସମ୍ଭାବନା ଆଣିଦେଇଛି।