March 25, 2026

ଦ୍ବିତୀୟ ଦିନରେ ଷ୍ଟକ୍ ବଜାରରେ ଉନ୍ନତି ପରିଲକ୍ଷିତ

1 min read

ମୁମ୍ବାଇ: ଲଗାତାର ଦ୍ବିତୀୟ ଦିନରେ ଷ୍ଟକ୍ ବଜାରରେ ଉନ୍ନତି ପରିଲକ୍ଷିତ ହୋଇଥିଲା। ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜର ସେନ୍‌ସେକ୍ସ ୧,୨୦୫ ପଏଣ୍ଟ ବୃଦ୍ଧି ପାଇ ୭୫,୨୭୩ରେ ବନ୍ଦ ହୋଇଥିଲା। ନ୍ୟାସନାଲ୍‌ ଷ୍ଟକ୍‌ ଏକ୍ସଚେଞ୍ଜର ନିଫ୍ଟି ମଧ୍ୟ ୩୯୪ ପଏଣ୍ଟ ବୃଦ୍ଧି ପାଇ ୨୩,୩୦୬ରେ ବନ୍ଦ ହୋଇଥିଲା। ଅଟୋ, ବ୍ୟାଙ୍କିଙ୍ଗ୍, ଧାତବ ଓ ଏଫ୍‌ଏମ୍‌ସିଜି କମ୍ପାନିଗୁଡ଼ିକର ସେୟାର ମୂଲ୍ୟରେ ବୃଦ୍ଧି ଘଟିଥିଲା। ଆମେରିକା ଓ ଇରାନ ମଧ୍ୟରେ ସକାରାତ୍ମକ ଆଲୋଚନା ଖବର ପ୍ରସାର ହେବା ଦ୍ୱାରା ବଜାର ଉତ୍ସାହିତ ହୋଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାବି କରିଛନ୍ତି ଯେ ୱାସିଂଟନ ଏବଂ ତେହେରାନ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ସହମତିରେ ପହଞ୍ଚିଛନ୍ତି। ବିଶ୍ୱ ସାରା ବଜାରରୁ ସକାରାତ୍ମକ ସଙ୍କେତ ନିବେଶକଙ୍କ ବିଶ୍ୱାସକୁ ବୃଦ୍ଧି କରିଛି। ପ୍ରାରମ୍ଭିକ କାରବାରରେ ପ୍ରାୟ ସମସ୍ତ ପ୍ରମୁଖ ଏସୀୟ ବଜାରରେ ଅଧିକ କାରବାର ହୋଇଥିଲା। ଅନ୍ୟ ପକ୍ଷରେ ଅଶୋଧିତ ତୈଳ ମୂଲ୍ୟ ୧୦୦ ଡଲାର ତଳକୁ ହ୍ରାସ ପାଇବା ମଧ୍ୟ ନିବେଶକମାନଙ୍କ ମନୋବଳ ବଢ଼ାଇଛି।

ଏସିଆ ମହାଦେଶରେ ଜାପାନର ନିକେଇ ସୂଚକାଙ୍କ ୨.୮୭% ବୃଦ୍ଧି ପାଇ ୫୩,୭୪୯ ପଏଣ୍ଟ୍‌ରେ ବନ୍ଦ ହୋଇଛି। ଦକ୍ଷିଣ କୋରିଆର କୋସ୍ପି ସୂଚକାଙ୍କ ୧.୫୯% ବୃଦ୍ଧି ପାଇ ୫୬୪୨ ପଏଣ୍ଟ୍‌ରେ ବନ୍ଦ ହୋଇଛି। ହଂକଂର ହ୍ୟାଙ୍ଗ ସେଙ୍ଗ ସୂଚକାଙ୍କ ୧.୦୯% ବୃଦ୍ଧି ପାଇ ୨୫,୩୩୫ ପଏଣ୍ଟ୍‌ରେ ବନ୍ଦ ହୋଇଛି। ଚୀନ୍‌ର ସାଂଘାଇ କମ୍ପୋଜିଟ୍ ସୂଚକାଙ୍କ ୧.୩୦% ବୃଦ୍ଧି ପାଇ ୩,୯୩୧ ପଏଣ୍ଟ୍‌ରେ ବନ୍ଦ ହୋଇଛି। ଆମେରିକାରେ ଡାଓ ଜୋନ୍ସ ୬୨ ପଏଣ୍ଟ ହ୍ରାସ ପାଇ ୪୬,୧୨୪ ପଏଣ୍ଟ୍‌ରେ ବନ୍ଦ ହୋଇଥିଲା। ନାସଦାକ୍ କମ୍ପୋଜିଟ୍ ୦.୮୪% ​​ବୃଦ୍ଧି ପାଇ ୨୧,୭୬୧ ପଏଣ୍ଟ୍‌ରେ ବନ୍ଦ ହୋଇଛି। ଏସ୍‌ଆଣ୍ଡ୍‌ପି ୫୦୦ ସୂଚକାଙ୍କ ୨୪ ପଏଣ୍ଟ ବୃଦ୍ଧି ପାଇ ୬,୫୫୬ ପଏଣ୍ଟ୍‌ରେ ବନ୍ଦ ହୋଇଛି।