February 5, 2026

ରାଜ୍ୟସ୍ତରୀୟ ଆଦିବାସୀ ମେଳା-୨୦୨୬ ଉଦଯାପିତ ହୋଇଛି

1 min read

ଭୁବନେଶ୍ବର: ରାଜ୍ୟସ୍ତରୀୟ ଆଦିବାସୀ ମେଳା-୨୦୨୬ ଉଦଯାପିତ ହୋଇଛି। ଭୁବେନଶ୍ବରର ୟୁନିଟ-୧ସ୍ଥିତ ଆଦିବାସୀ ପଡ଼ିଆଠାରେ ଗତ ୧୧ ଦିନ ଧରି ଚାଲିଥିବା ମେଳା ସଫଳତାର ସହ ଶେଷ ହୋଇଛି। ଉଦଯାପନୀ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମାନ୍ୟବର ମନ୍ତ୍ରୀ, ଅନୁସୂଚିତ ଜନଜାତି କଲ୍ୟାଣ ଏବଂ ସଂଖ୍ୟାଲଘୁ ଓ ପଛୁଆ ବର୍ଗ ବିକାଶ ବିଭାଗ ନିତ୍ୟାନନ୍ଦ ଗଣ୍ଡ ମେଳାର ସଫଳତା ବିଷୟରେ ସୂଚନା ଦେଇଛନ୍ତି। ଉଦଯାପନୀ ସମାରୋହରରେ ବିଭାଗର ଆୟୁକ୍ତ ତଥା ଶାସନ ସଚିବ ବା.ପରମେଶ୍ବରନ୍, ଅନୁସୂଚିତ ଜାତି ନିର୍ଦ୍ଦେଶକ ଲକ୍ଷ୍ମଣ କୁମାର ମଲ୍ଲିକ, ଅନୁସୂଚିତ ଜନଜାତି ନିର୍ଦ୍ଦେଶକ ପ୍ରେମଜିତ୍ ନାୟକ, ଅତିରିକ୍ତ ଶାସନ ସଚିବ ସୁରେନ୍ଦ୍ର କୁମାର ମୀନା, ବିତ୍ତ ପରାମର୍ଶଦାତା ବନିତା ଦାଶ, ସ୍ଵତନ୍ତ୍ର ଶାସନ ସଚିବ ସୁଜାତା ମିଶ୍ର, ଅତିରିକ୍ତ ଶାସନ ସଚିବ ଦେବେନ୍ଦ୍ର ନନ୍ଦ, SCSTRTI ନିର୍ଦ୍ଦେଶକ ତଥା ATLC ମେମ୍ବର ସେକ୍ରେଟାରୀ ସୁଧାକର ଶବର ପ୍ରମୁଖ ଉପସ୍ଥିତ ଥିଲେ।