October 14, 2025

ରାଜ୍ୟ ସରକାର ଆତ୍ମନିର୍ଭର ମହିଳା ଆମ ସୁବାହକ ଯୋଜନା

1 min read

ଭୁବନେଶ୍ଵର: ରାଜ୍ୟରେ ମହିଳା ମାନଙ୍କୁ ସଶକ୍ତ ରୋଜଗାରକ୍ଷମ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ଆତ୍ମନିର୍ଭର ମହିଳା ଆମ ସୁବାହକ ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି। ଏ ନେଇ ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା। ସେ କହିଛନ୍ତି ୪ ବର୍ଷରେ ୧୧୦୦ ମହିଳାଙ୍କୁ କାର କିଣିବା ପାଇଁ ବ୍ୟାଙ୍କରୁ ଜଣଙ୍କୁ ୧୦ ଲକ୍ଷ ଟଙ୍କା ଲେଖାଏଁ ରୁଣ ଯୋଗାଇ ଦିଆଯିବ। ପ୍ରଥମ ବର୍ଷରେ ୨୦୦ ଜଣଙ୍କୁ , ଦ୍ୱିତୀୟ ବର୍ଷରେ ୨୫୦, ତୃତୀୟ ବର୍ଷରେ ୩୦୦ ଚତୁର୍ଥ ବର୍ଷରେ ୩୫୦ ମହିଳାଙ୍କୁ କାର୍‌ କିଣିବା ପାଇଁ ରଣ ମିଳିବ । ଏହି ଋଣର କିସ୍ତି ମହିଳା ମାନେ ୫ ବର୍ଷରେ ସୁଝିବେ।

ରାଜ୍ୟ ସରକାର ବାର୍ଷିକ ୧୧ ପ୍ରତିଶତ ହାରରେ ସୁଧ ସୁଝିବେ। ୨୧ରୁ ୪୦ ବର୍ଷର ମହିଳାଙ୍କୁ ସୁଯୋଗ ମିଳିବ। ସୁଭଦ୍ରା ହିତାଧିକାରୀ, ଏସ୍‌ଏଚ୍‌ଜି ମହିଳାଙ୍କୁ ଅଗ୍ରାଧିକାର ଦିଆଯିବ । ଗାଡ଼ି କିଣିବାର ୩ ମାସ ପରେ ଆରମ୍ଭ ହେବ ଋଣ ପରିଶୋଧ ପ୍ରକ୍ରିୟା । ସୁଧ ବାଣିଜ୍ୟ ଓ ପରିବହନ ବିଭାଗ ସୁଝିବ । ଗାଡ଼ି ଚାଳକଙ୍କ ବୀମା ବାବଦରେ ୧ ହଜାର ଟଙ୍କା ଦେବେ ସରକାର । ଗାଡ଼ି କିଣିବା ବାବଦରେ ଖର୍ଚ୍ଚ ହେବ ୧୧୦ କୋଟି । ଯୋଜନା ଠିକ୍ ଭାବେ କାର୍ଯ୍ୟକାରୀ ହେବା ପାଇଁ ଷ୍ଟିୟରିଂ କମିଟି ଗଠନ ହେବ । ପରିବହନ ବିଭାଗ ସଚିବଙ୍କ ଅଧ୍ୟକ୍ଷତାରେ ଷ୍ଟିୟରିଂ କମିଟି ଗଠନ ହେବ । ସରକାର ପ୍ରତି ୩ ମାସରେ ଥରେ ମହିଳାଙ୍କ ଆୟର ହିସାବ କରିବେ । ଏବେ ସୁଦ୍ଧା ୬୨୧୬ ମହିଳା ଡ୍ରାଇଭିଂ ଟ୍ରେନିଂ ନେଇଛନ୍ତି ଏବଂ ୪ଟି ଡ୍ରାଇଭିଂ ପ୍ରତିଷ୍ଠାନରେ ଟ୍ରେନିଂ ହୋଇଛି ।