ଘରକୁ ଫେରିଲେ ସୋନିଆ
1 min read
ନୂଆଦିଲ୍ଲୀ: ପୂର୍ବତନ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ସ୍ଵାସ୍ଥାବସ୍ଥାରେ ସୁଧାର ଆସିଛି। ଏବେ ସେ ପୂର୍ବଅପେକ୍ଷା ସୁସ୍ଥ ଅଛନ୍ତି। ବରିଷ୍ଠ ଡାକ୍ତରୀ ଟିମ୍ର ଅନୁମୋଦନ ପାଇବା ପରେ ତାଙ୍କୁ ଆଜି ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି। ରିପୋର୍ଟ ଅନୁଯାୟୀ, ସୋନିଆ ଗାନ୍ଧୀଙ୍କୁ ଜ୍ବର ହେବାରୁ ମାର୍ଚ୍ଚ ୨୪ ତାରିଖ ରାତିରେ ସର୍ ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏବଂ ବରିଷ୍ଠ ଡାକ୍ତରୀ ଦଳର ତତ୍ତ୍ୱାବଧାନରେ ତାଙ୍କର ଚିକିତ୍ସା କରାଯାଉଥିଲା।
ହସ୍ପିଟାଲର ବରିଷ୍ଠ ଚିକିତ୍ସକ ଏବଂ ଅଧ୍ୟକ୍ଷ ଡକ୍ଟର ଅଜୟ ସ୍ୱରୂପଙ୍କ କହିବାନୁଯାୟୀ ସୋନିଆ ଗାନ୍ଧୀଙ୍କୁ ଶରୀର ସଂକ୍ରମଣ ପାଇଁ ଆଣ୍ଟିବାୟୋଟିକ୍ ଦିଆଯାଇଥିଲା। ଡକ୍ଟର ଡି.ଏସ୍. ରାଣା, ଡକ୍ଟର ଏସ୍. ନନ୍ଦୀ ଏବଂ ଡକ୍ଟର ଅରୂପ ବସୁଙ୍କ ତତ୍ତ୍ୱାବଧାନରେ ତାଙ୍କର ଚିକିତ୍ସା ଜାରି ରହିଥିଲା। କ୍ରମାଗତ ଭାବେ ତାଙ୍କ ସ୍ଵାସ୍ଥ୍ୟବସ୍ଥାରେ ଉନ୍ନତି ଆସିଥିଲା। ତେଣୁ ଆଜି ତାଙ୍କୁ ମେଡିକାଲରୁ ଡିସଚାର୍ଜ କରାଯାଇଛି। ସୋନିଆ ଗାନ୍ଧୀ ହସ୍ପିଟାଲରେ ତାଙ୍କ ଚିକିତ୍ସାରେ ଭଲ ପ୍ରତିକ୍ରିୟା ଦେଇଥିଲେ ଏବଂ ତାଙ୍କ ସ୍ୱାସ୍ଥ୍ୟରେ କ୍ରମାଗତ ଉନ୍ନତି ହେଉଛି। ଡିସଚାର୍ଜ ହେବା ପରେ ମଧ୍ୟ ତାଙ୍କର ନିୟମିତ ଫଲୋଅପ୍ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଜାରି ରହିବ।


