୨ଟି ଲ୍ୟାଣ୍ଡମାଇନକୁ ନିଷ୍କ୍ରିୟ କଲେ ଯବାନ
1 min read
ମାଲକାନଗିରି: ସୁରକ୍ଷାକର୍ମୀଙ୍କୁ ମିଳିଛି ବଡ଼ ସଫଳତା। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ଭିନ୍ନ ଭିନ୍ନ ଥାନା ଅଂଚଳରେ ସୁରକ୍ଷାକର୍ମୀ ସର୍ଚ୍ଚ ଅପରେସନ ବେଳେ ଦୁଇଟି ଲ୍ୟାଣ୍ଡମାଇନ ଜବତ କରିଛନ୍ତି। ବିଜାପୁର ଜିଲ୍ଲାର ଆବାପାଲ୍ଲୀ ଏବଂ ମୁରଦଣ୍ଡା ରାସ୍ତାରେ ନକ୍ସଲ ୩୦ କିଲୋ ଓଜନର ଲ୍ୟାଣ୍ଡମାଇନ ଖଞ୍ଜି ଥିବା ବେଳେ ଗାଙ୍ଗୁଲର ଥାନା ଅଂଚଳର ଡୋଡିତୁମନାର ଅଂଚଳରେ ୫ କିଲୋ ଓଜନର ଲ୍ୟାଣ୍ଡମାଇନ ଖଞ୍ଜିଥିଲେ। ଦୁଇଟି ଲ୍ୟାଣ୍ଡମାଇନ ଜବତ ପରେ ତୁରନ୍ତ ବୋମା ନିଷ୍କ୍ରିୟ ଦଳ ଘଟଣାସ୍ଥଳରେ ପହଂଚି ଦୁଇଟି ଲ୍ୟାଣ୍ଡମାଇନକୁ ନିଷ୍କ୍ରିୟ କରିଥିଲେ। ନକ୍ସଲ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରିବା ପାଇଁ ଏହି ଲ୍ୟାଣ୍ଡମାଇନ ଖଞ୍ଜିଥିବା ଜଣାପଡିଛି। ତେବେ ଯବାନଙ୍କ ଉଚିତ ବୁଦ୍ଧି ଯୋଗୁଁ ଏକ ବଡ଼ ଅଘଟଣରୁ ଅଳ୍ପକେ ବର୍ତ୍ତି ଯାଇଥିଲେ। ଏହି ଅଞ୍ଚଳରେ ଯବାନଙ୍କ ସର୍ଚ୍ଚ ଅପେରସନ ଜୋରଦାର ଚାଲିଥିବା ଜଣାପଡିଛି।


