ସଡ଼କ ଦୁର୍ଘଟଣାରେ କାର୍ରେ ଥିବା ୬ ଜଣ ଲୋକଙ୍କର ମୃତ୍ୟୁ
1 min read
ଧାର୍: ମଧ୍ୟପ୍ରଦେଶର ଧାର୍ ଜିଲ୍ଲାରେ ରବିବାର ଅପରାହ୍ଣରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ କାର୍ରେ ଥିବା ୬ ଜଣ ଲୋକଙ୍କର ମୃତ୍ୟୁ ହୋଇଛି। ଏକ କଣ୍ଟେନର ଟ୍ରକ୍ କାର୍କୁ ଧକ୍କା ଦେବା ଫଳରେ କାର୍ରେ ବସିଥିବା ଛଅ ଜଣଙ୍କର ମୃତ୍ୟୁ ହୋଇଛି।
ଜଣେ ପୁଲିସ ଅଧିକାରୀ କହିଛନ୍ତି ଯେ, ବଡ଼ନାୱର ସହରରୁ ପ୍ରାୟ ୪ କିଲୋମିଟର ଦୂର ପଞ୍ଚକ ଭାସା ନିକଟରେ ଅପରାହ୍ଣ ପ୍ରାୟ ୧ଟା ୩୦ ମିନିଟ ସମୟରେ ଏହି ଦୁର୍ଘଟଣା ଘଟିଥିଲା। ଅତିରିକ୍ତ ପୁଲିସ ଅଧୀକ୍ଷକ ପାରୁଲ ବେଲାପୁରକର କହିଛନ୍ତି ଯେ, ଉଜ୍ଜୟିନୀରୁ ଆସୁଥିବା କଣ୍ଟେନର ଟ୍ରକ୍ ଏକ କାରକୁ ଧକ୍କା ଦେଇଥିଲା, ଫଳରେ ଘଟଣାସ୍ଥଳରେ ହିଁ କାର୍ରେ ଥିବା ସମସ୍ତ ଛଅ ଜଣଙ୍କର ମୃତ୍ୟୁ ହୋଇଥିଲା।
ମୃତକମାନେ ଗୁଜରାଟର ବାସିନ୍ଦା। ସେମାନେ ଉଜ୍ଜୟିନୀରେ ମହାକାଳେଶ୍ବରଙ୍କ ଦର୍ଶନ ସାରି ଗୁଜରାଟ ଫେରୁଥିଲେ। କଣ୍ଟେନର ଟ୍ରକର ଡ୍ରାଇଭରକୁ ପୁଲିସ ହେପାଜତକୁ ନେଇ ଅଧିକ ତଦନ୍ତ କରୁଛି ବୋଲି ପୁଲିସ କହିଛି।


