October 14, 2025

ଡେରାବିଶ ବ୍ଲକ ଅଞ୍ଚଳରେ ୟୁରିଆ ସାର ର ଘୋର ଅଭାବ, ଚାଷୀ ହତାଶ

1 min read

କେନ୍ଦ୍ରାପଡ଼ା ୧୦/୯ -କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ ଅନ୍ତର୍ଗତ କାଉପଡା, ନହଙ୍ଗ, ରଘୁଦେଇପୁର କୃଷି ସମବାୟ ସମିତି ମାନଙ୍କରେ ଦେଖିବାକୁ ମିଳିଛି ୟୁରିଆ ସାର ର ଘୋର ଅଭାବ I ସରକାର ଙ୍କ ଦ୍ୱାରା ପ୍ରଥମ ପର୍ଯ୍ୟାୟରେ କିଛି ୟୁରିଆ ସାର ଯୋଗାଇ ଦିଆଯାଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟୟରେ ଏ ପର୍ଯ୍ୟନ୍ତ କୌଣସି ସାର ଦିଆଯାଇ ନାହିଁ I ଯାହା ଫଳରେ ଡେରାବିଶ ଅଞ୍ଚଳର ଚାଷୀ ଟିଏ ସାର ନ ପାଇଁ ମୁଣ୍ଡରେ ହାତ ଦେଇ ବସିଛି I ସମ୍ପୂର୍ଣ୍ଣ ଭାବେ ଚାଷୀଟିଏ ନିରୁପାୟ ହୋଇଯାଇଛି I ସେ ଚିନ୍ତା କରୁଛି ତାର ବର୍ଷକର ଫସଲ କଣ ହେବ, ତାର ପରିବାର ପ୍ରତିପୋଷଣ କେମିତି କରିବ I ଏହି ମଉକାର ସୁଯୋଗ ନେଇ ଡେରାବିଶ ଅଞ୍ଚଳର କିଛି ସାର ବ୍ୟବସାୟୀ ୟୁରିଆ ସାରକୁ ଚଢା ଦରରେ ବଜାରରେ ବିକ୍ରି କରୁଛନ୍ତି I ସରକାର ସାର ମୂଲ୍ୟ ୨୬୬ ଟଙ୍କା ୫୦ ପଇସା ନିର୍ଦ୍ଧାରଣ କରିଥିବା ବେଳେ ବିଭିନ୍ନ ସମବାୟ ଖର୍ଚ୍ଚ କୁ ମିଶାଇ ୨୮୦ ରୁ ୨୯୦ ଟଙ୍କାରେ ଚାଷୀଙ୍କୁ ବିକ୍ରି କରାଯାଉଛି I କିନ୍ତୁ ଏବେ ଡେରାବିଶ ଅଞ୍ଚଳରେ ସାରର ଘୋର ଅଭାବ ଦେଖାଯାଇଥିବା ବେଳେ କିଛି ଦଲାଲ ସାର ବ୍ୟବସାୟୀ ମାନେ ବଜାରରେ ମନମୁଖୀ ସାର ବିକ୍ରିକରୁଛନ୍ତି I ପ୍ୟାକେଟ ପିଛା ୫୦୦ଟଙ୍କା ରେ ବିକ୍ରି କରୁଥିବା ନେଇ ସ୍ଥାନୀୟ ଚାଷୀ ମାନେ ଅଭିଯୋଗ କରିଛନ୍ତି I ଏହାଦ୍ୱାରା ସାର ର କଳାବଜାରୀ ଆରମ୍ଭ ହୋଇଯାଇଥିବା ବେଳେ କିଛି ଦଲାଲ ସାର ବ୍ୟବସାୟୀ ସକ୍ରିୟ ହୋଇଉଠିଛନ୍ତି I ଖାଲି ସେତିକି ନୁହେଁ ଏହାରି ମଧ୍ୟରେ ବଜାରକୁ ଆସିଛି ଡୁପ୍ଳିକେଟ ସାର ମାନେ ଅବିକଳ ସାର ଭଳିଆ ବଜାରକୁ ଆସିଯାଇଛି I ବାଲିରେ ରଙ୍ଗ ମାରୀ ଚାଷୀଙ୍କୁ ଭୁତାଉଛନ୍ତି କିଛି ସାର ଦଲାଲ ମାନେ I ଏହାଉପରେ ପ୍ରଶାସନ ଯଦି ନଜର ନଦିଏ ତେବେ ଚାଷୀକୁଳ ନିଶ୍ଚିନ୍ତ ଭାସିଯିବ ବୋଲୀ ଚାଷୀମାନେ କହିଛନ୍ତି I ଉପକୂଳବର୍ତ୍ତୀ ଚାଷୀମାନଙ୍କ ଧାନ ଚାଷ ପ୍ରଧାନ ଚାଷ ହୋଇଥିବା ବେଳେ ବର୍ଷକର ଆହାର ମଧ୍ୟ କୁହାଯାଏ I ସେହି ବର୍ଷକର ଆହାର ପାଇଁ ଚାଷୀଟିଏ ଦିନରାତି ଲାଗି ବିଲରେ ଖଟିଥାଏ I ଆଜି ଚାଷୀଟିଏ ଚାଷ କରିବା ପାଇଁ ଆବଶକ୍ୟ ସାର ପାଇପାରୁନାହିଁ I ଉକ୍ତ ସାର ସମସ୍ୟା ସମ୍ପର୍କ ରେ ସମବାୟ ସମ୍ପାଦକ ମାନେ ବିଭାଗକୁ ଚିଠି ଲେଖି ନିଜ ଦୋଷ ସାରିଦେଇ ବସିପଡିଛନ୍ତି I ସବୁକଥା ଜାଣି ମଧ୍ୟ ସମବାୟ କୃଷି ମାର୍କଫେଡ଼ ନିଦ୍ରାରେ କାହିଁକି ତାହା ସାଧାରଣ ଏକ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି I ଆଗାମୀ ସମୟରେ ଯଦି ସରକାର ଚାଷୀ ମାନଙ୍କୁ ଆବଶକ୍ୟ ସାର ଯୋଗାଇ ନଦିୟନ୍ତୀ ତେବେ ଚାଷୀ ଭାଇ ମାନେ ରାଜ ରାସ୍ତାରେ ଆନ୍ଦୋଳନ କରିବେ ବୋଲି ଚେତାବନି ଦେଇଛନ୍ତି I