ଝାଡ଼ଖଣ୍ଡରେ ସୋମବାର ରାତିରେ ଏକ ଏୟାର ଆମ୍ବୁଲାନ୍ସ ଦୁର୍ଘଟଣାରେ ୭ ଜଣଙ୍କର ମୃତ୍ୟୁ
1 min read
ରାଞ୍ଚି: ଝାଡ଼ଖଣ୍ଡରେ ସୋମବାର ରାତିରେ ଏକ ଏୟାର ଆମ୍ବୁଲାନ୍ସ ଦୁର୍ଘଟଣାରେ ୭ ଜଣଙ୍କର ମୃତ୍ୟୁ ହୋଇଥିଲା। ରେଡବାର୍ଡ ଏୟାରୱେଜ୍ ପ୍ରାଇଭେଟ୍ ଲିମିଟେଡ୍ ଦ୍ବାରା ପରିଚାଳିତ ବିମାନ ବିଚ୍କ୍ରାଫ୍ଟ ସି୯୦ ଏୟାର ଆମ୍ବୁଲାନ୍ସଟି ଉଡ଼ାଣ ଭରିବାର ପ୍ରାୟ ୨୦ ମିନିଟ୍ ପରେ ଏୟାର ଟ୍ରାଫିକ୍ କଣ୍ଟ୍ରୋଲ୍ ସହ ଯୋଗାଯୋଗ ହରାଇ ଚତ୍ରା ଜିଲ୍ଲାର ଏକ ଜଙ୍ଗଲ ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହୋଇ ଖସି ପଡ଼ିଥିଲା। ବିମାନରବ୍ଲାକବକ୍ସ ମିଳି ନାହିଁ।


