March 12, 2026

୧୦୦୦ ପଏଣ୍ଟ ହ୍ରାସ ପାଇଲା ସେନସେକ୍ସ

1 min read

ମୁମ୍ବାଇ: ଭାରତୀୟ ଷ୍ଟକ୍ ବଜାର ଆଜି ପୁଣି ଏକ ବଡ଼ ଧରଣର ହ୍ରାସର ସମ୍ମୁଖୀନ ହୋଇଛି। ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ (ବିଏସ୍‌ଇ)ର ସେନସେକ୍ସ ୧୦୦୦ ପଏଣ୍ଟରୁ ଅଧିକ ହ୍ରାସ ପାଇ ୭୮,୮୦୦ ପଏଣ୍ଟ ସ୍ତରରେ କାରବାର କରୁଛି। ସେହିପରି ନ୍ୟାଶନାଲ ଷ୍ଟକ୍ ଏକ୍ସଚେଞ୍ଜ (ଏନଏସଇ)ର ନିଫ୍ଟି ୩୦୦ ପଏଣ୍ଟରୁ ଅଧିକ ଖସି ୨୩,୯୪୧.୨୦ ପଏଣ୍ଟରେ ରହିଛି। ପ୍ରାରମ୍ଭିକ କାରବାରରେ ବଜାରରେ ଉତ୍ସାହ ଦେଖାଦେଇଥିଲେ ମଧ୍ୟ, ଦିନ ଗଡ଼ିବା ସହ ଏହା ତୀବ୍ର ହ୍ରାସ ପାଇଥିଲା।