ଉପକୂଳରେ ସୁରକ୍ଷା ବ୍ୟବସ୍ଥା କଡାକଡି
1 min read
ଅପରେସନ ସିନ୍ଦୂର ପରେ ଭାରତ-ପାକିସ୍ତାନ ଉତ୍ତେଜନା ମଧ୍ୟରେ ଦେଶରେ ଅଧିକାଂଶ ରାଜ୍ୟରେ ହାଇଆଲର୍ଟ ଜାରି କରାଯାଇଥିବା ବେଳେ ଉପକୂଳରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଏହି ପରିପ୍ରେକ୍ଷୀରେ ଓଡ଼ିଶାର ଉପକୂଳ ସୁରକ୍ଷାକୁ ସୁନିଶ୍ଚିତ କରିବାକୁ ରାଜ୍ୟ ପୁଲିସ ପକ୍ଷରୁ ଦିନ ରାତି ଚାଲିଛି ପାଟ୍ରୋଲିଂ । ଟ୍ରଲର ଏବଂ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ କରାଯାଉଛି ଯାଞ୍ଚ । ଯେକୌଣସି ଆତଙ୍କବାଦୀ ଆକ୍ରମଣକୁ ପ୍ରତିହିତ କରିବାକୁ ଓଡ଼ିଶା ପୁଲିସ ସର୍ବଦା ତତ୍ପର ରହିଛି । ଲୋକଙ୍କୁ ସୁରକ୍ଷା ପ୍ରାଥମିକତା ବୋଲି ରାଜ୍ୟ ପୁଲିସ ପକ୍ଷରୁ କୁହାଯାଇଛି ।