ସୁରକ୍ଷା ବାହିନୀ ୨.୫ ଟନ ବିସ୍ଫୋରକ ଜବତ
1 min read
ଝାଡ଼ଖଣ୍ଡ: ସୀମାନ୍ତ ଝାଡ଼ଖଣ୍ଡର ତିରିଲିପୋଷ ଜଙ୍ଗଲରୁ ସୁରକ୍ଷା ବାହିନୀ ୨.୫ ଟନ ବିସ୍ଫୋରକ ଜବତ କରିଛନ୍ତି। ମାଓବାଦୀମାନେ ଏହି ବିସ୍ଫୋରକକୁ ମାଟି ତଳେ ପୋତି ଲୁଚାଇ ରଖିଥିଲେ। ଝାଡ଼ଖଣ୍ଡର ଜରେଇକେଲା ଥାନା ଅନ୍ତର୍ଗତ ତିରିଲିପୋଷ ଜଙ୍ଗଲରେ କୋବ୍ରା ବାଟାଲିଅନ, ସିଆରପିଏଫ ଏବଂ ଏସଓଜି ଯବାନଙ୍କ ପକ୍ଷରୁ ମିଳିତ ସର୍ଚ୍ଚ ଅପରେସନ ସମୟରେ ଏହି ବିସ୍ଫୋରକକୁ ଠାବ କରାଯାଇଥିଲା।
ନିକଟରେ ସୁନ୍ଦରଗଡ଼ ଜିଲା ବାଙ୍କୋ ଖଣି ଅଞ୍ଚଳରୁ ମାଓବାଦୀମାନେ ପ୍ରାୟ ୫ଟନ ବିସ୍ଫୋରକ ଲୁଟି ନେଇଥିଲେ। ଏହାପରେ ଓଡ଼ିଶା, ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗ ସୀମାନ୍ତ ଜଙ୍ଗଲରେ ସୁରକ୍ଷାବାହିନୀ ପକ୍ଷରୁ ଜୋରଦାର ସର୍ଚ୍ଚ ଅପରେସନ ଜାରି ରହିଛି। ଦୁଇଦିନ ତଳେ ସୁରକ୍ଷା ବାହିନୀ ଏହି ଜଙ୍ଗଲରୁ ୩ଟନ ବିସ୍ଫୋରକ ଜବତ କରିଥିଲେ। ତେବେ ଏସବୁ ବିସ୍ଫୋରକ ମାଓବାଦୀମାନେ ଲୁଟ୍ କରିଥିବା ବିସ୍ଫୋରକ କି ନୁହେଁ, ତାହା ସ୍ପଷ୍ଟ ହୋଇନାହିଁ।