July 27, 2024

ଶୁଭଲକ୍ଷ୍ମୀ ମୃତ୍ୟୁ ମାମଲା: ପ୍ରଥମ ପରେ ଏବେ ଦ୍ଵିତୀୟ ବୟଫ୍ରେଣ୍ଡର ପାଳି

1 min read

ଭୁବନେଶ୍ୱର: କଟକରୋଡ୍‌ରେ ଥିବା ହୋଟେଲ୍‌ ଦୀପାଳିରୁ ଶୁଭଲକ୍ଷ୍ମୀ ସାହୁଙ୍କ ମୃତହେଦ ଜବତ ଘଟଣାରେ ଆଜି ପୁଲିସ ନିକଟକୁ ଶୁଭଲକ୍ଷ୍ମୀଙ୍କ କଲ ଡିଟେଲ ରିପୋର୍ଟ ଆସିଛି | କଲ୍ ଡିଟେଲ ରିପୋର୍ଟରୁ ପୁଲିସକୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଥିବାବେଳେ ମୃତ୍ୟୁ ପୂର୍ବରୁ କାହା ସାଙ୍ଗେ କଥା ହୋଇଥିଲେ ସେ ବିଷୟରେ ଜାଣିବା ପାଇଁ ସିଡ଼ିଆର ରିପୋର୍ଟ ମଗାଯାଇଥିଲା | ସେପଟେ ପୁଲିସକୁ ହସ୍ତଗତ ହୋଇଥିବା ପୋଷ୍ଟମର୍ଟମ୍ ରିପୋର୍ଟ ରୁ ଏହା ଆତ୍ମହତ୍ୟା ଜନିତ ମୃତ୍ୟୁ ବୋଲି ଜଣା ପଡିଥିବା ବେଳେ ଭିଷେରା ରିପୋର୍ଟକୁ ଅପେକ୍ଷା କରାଯାଇଛି | ଅନ୍ୟପଟେ ପ୍ରଥମ ବୟଫ୍ରେଣ୍ଡ ସଞ୍ଜୟ ପରେ ଆଜି ଦ୍ଵିତୀୟ ବୟଫ୍ରେଣ୍ଡ ଅନୀଲକୁ ଥାନାକୁ ଡାକି ଜେରା କରାଯାଇଛି | ଉଲ୍ଲେଖ ଥାଉ କି ମିଳିଥିବା ସୂଚନା ଅନୁସାରେ, ଶୁଭଲକ୍ଷ୍ମୀ କମଳା ନେହରୁ ସ୍ବୟଂଶାସିତ ମହିଳା ମହାବିଦ୍ୟାଳୟର +୨ କଳା ଛାତ୍ରୀ। ଶୁଭଲକ୍ଷ୍ମୀ ଶୁକ୍ରବାର ଅପରାହ୍ନ ୩ଟା ୨୦ରେ ଦୀପାଳି ହୋଟେଲକୁ ଆସିଥିଲେ।