ଏକ କୋଚିଂ ସେଣ୍ଟରରେ ଶନିବାର ବିସ୍ଫୋରଣ
1 min read
ଉତ୍ତରପ୍ରଦଦେଶ: ଉତ୍ତରପ୍ରଦଦେଶର ଫାରୁଖାବାଦର ଏକ କୋଚିଂ ସେଣ୍ଟରରେ ଶନିବାର ବିସ୍ଫୋରଣ ଘଟିଛି। ଏଥିରେ ଦୁଇ ଛାତ୍ରଙ୍କ ମୃତ୍ୟୁ ହୋଇଛି। ଅନ୍ୟ ୫ ଛାତ୍ର ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ତୁରନ୍ତ ଫାରୁଖାବାଦର ଲୋହିଆ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ଘଟଣାସ୍ଥଳରୁ ୧ କିଲୋମିଟୂ ଦୂର ପର୍ଯ୍ୟନ୍ତ ଏହାର ପ୍ରଚଣ୍ଡ ଶବ୍ଦ ଶୁଭିଥିଲା। ମୃତଦେହଗୁଡ଼ିକ ଖଣ୍ଡବିଖଣ୍ଡିତ ହୋଇ ଛିଟିକି ପଡ଼ିଥିଲା। ବାହାରେ ଲାଗିଥିବା ଲୁହା ଜାଲି ୧୫୦ ମିଟର ଦୂରତା ଯାଏ ଛିଟିକି ପଡ଼ିଥିଲା। ଆଖପାଖରେ ଥିବା ଅନେକ କୋଠାର କାଚ ଝରକା ମଧ୍ୟ ଭାଙ୍ଗି ଯାଇଥିଲା। ବାଇକ ଏବଂ ସ୍କୁଟି ବି ୫୦ ମିଟର ଦୂରରେ ଛିଟିକି ପଡ଼ିଥିଲା। ଖବର ପାଇ ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିବା ସହିତ ଆହତମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି। ବିସ୍ଫୋରଣର କାରଣ ଜଣାପଡ଼ିନାହିଁ।
ଜିଲାପାଳ ଆଶୁତୋଷ କୁମାର ଦ୍ଵିବେଦୀ ଏବଂ ଏସପି ଆରତି ସିଂହ ଲୋହିୟା ଡାକ୍ତରଖାନାରେ ପହଞ୍ଚି ଆହତମାନଙ୍କୁ ଭେଟିଛନ୍ତି। ମୁଖ୍ୟ ଚିକିତ୍ସା ଅଧିକାରୀ ଅବନିନ୍ଦ୍ର କୁମାର କହିଛନ୍ତି ଯେ, ଡାକ୍ତରଖାନା ଆସିଥିବା ୭ ଆହତଙ୍କ ମଧ୍ୟରୁ ଦୁଇ ଜଣଙ୍କ ମୃତ ଘୋଷଣା କରାଯାଇଛି।