January 7, 2026

ସିଆଳି ବେଳାଭୂମିରେ ଥିବା ଓଟିଡିସି ଘର ପଛପଟରୁ ବାଲି ଚୋରି

1 min read

ଏରସମା: ଜଗତସିଂହପୁର ଜିଲ୍ଲାର ଗର୍ବ ଓ ଗୌରବ ଏରସମାର ଶିଆଳି ବେଳାଭୁମି। ଏଠାରେ ବର୍ଷର ନଭେମ୍ବର ମାସରୁ ଫେବ୍ରୁଆରି ପର୍ଯ୍ୟନ୍ତ ହେବ ପର୍ଯ୍ୟଟକଙ୍କ ଭିଡ଼। ଏହି ବେଳାଭୂମିର ମନୋରମା ଦୃଶ୍ୟ ପର୍ଯ୍ୟଟକମାନଙ୍କୁ ଆକୃଷିତ କରିଥାଏ। ଝାଉଁ ଜଙ୍ଗଲ ସହିତ ସମୁଦ୍ର ପାଣିର ଢେଉ, ଲହଡ଼ି ଯେପରି ମନକୁ ଆନନ୍ଦ ଦେଇଥାଏ। ପର୍ଯ୍ୟଟକମାନଙ୍କ ପାଇଁ ହୋଇଥିବା ଭିଉ ଟାୱାର ଉପରେ ଛିଡ଼ା ହୋଇ ସମୁଦ୍ରର ମଜା ନିଆଯାଇଥାଏ।

ଚଳିତ ବର୍ଷ ସମୁଦ୍ର ମାଡ଼ି ଆସିବାରୁ ଭିୟୁ ଟାୱାର ତଳ ଅଂଶ ଖାଇଯିବାରୁ ଟାୱାରଟି ବିପଦ ସଂକୁଳ ଅବସ୍ଥାରେ ରହିଥିଲା। ବର୍ତମାନ ସିଆଳି ବେଳାଭୂମିରେ ଥିବା ଓଟିଡିସି ଘର ପଛପଟରୁ ବାଲି ଚୋରି ହୋଇଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି। ସକାଳୁ ସକାଳୁ ଲୋକମାନେ ଦେଖିବାକୁ ପାଇଲେ ବାଲି ତଡ଼ା ହୋଇଛି। ଏ ବିଷୟରେ ଫରେଷ୍ଟର ମଙ୍ଗଳ ହେମ୍ରେମ୍ ଅବଗତ ହେଲାପରେ ସେଠାରୁ ବାଲି ଉଠାଇଥିବା ଜଗନ୍ନାଥ ବେରାଙ୍କ ବିରୁଦ୍ଧରେ ଅଭିଯୋଗ ଦାୟର କରି ଦ୍ରୁଢ଼ କାର୍ଯ୍ୟାନୁଷ୍ଠାନ କରିଛନ୍ତି ବୋଲି ସୂଚନା ଦେଇଛନ୍ତି।