ସେଲ୍ର ନୂତନ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ
1 min read
ଭାରତୀୟ ଇସ୍ପାତ ପ୍ରାଧିକରଣ ଲିମିଟେଡ୍ (ସେଲ୍)ର ନୂଆ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ (ସିଏମ୍ଡି) ହେବେ ଡ. ଅଶୋକ କୁମାର ପଣ୍ଡା। ସଂପ୍ରତି ସେ ସେଲ୍ର ଅର୍ଥ ନିର୍ଦ୍ଦେଶକ ପଦରେ କାର୍ଯ୍ୟ କରୁଛନ୍ତି। ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଚୟନ ବୋର୍ଡ (ପିଏସ୍ଇବି) ଡ. ପଣ୍ଡାଙ୍କ ନାମକୁ ସୁପାରିସ କରିଛି। ଏହି ପଦ ପାଇଁ ୧୦ ଜଣ ଦୌଡ଼ରେ ଥିଲେ। ସେଲ୍ର ବିଭିନ୍ନ କାରଖାନାରେ ଦୀର୍ଘ ୩ ଦଶନ୍ଧିରୁ ଅଧିକ ସମୟ ଧରି ଡ. ପଣ୍ଡା କାର୍ଯ୍ୟ କରିଛନ୍ତି। ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂରେ ସ୍ନାତକ ଡିଗ୍ରି ହାସଲ କରିବା ପରେ ସେ ସେଲ୍ରେ ମ୍ୟାନେଜମେଣ୍ଟ୍ ଟ୍ରେନି ଭାବେ କ୍ୟାରିଅର୍ ଆରମ୍ଭ କରିଥିଲେ। ଏକ୍ସଆଇଏମ୍ ଭୁବନେଶ୍ବରରୁ ସେ ମ୍ୟାନେଜମେଣ୍ଟ୍ ଏବଂ ପରେ ବିଜ୍ନେସ୍ ଫାଇନାନ୍ସରେ ପିଏଚ୍ଡି କରିଛନ୍ତି। ମୂଲ୍ୟ ହ୍ରାସ ପଦକ୍ଷେପ ଗ୍ରହଣ କରିବା ସହିତ ସେଲ୍ର ଋଣ ବୋଝ ୨୦ ହଜାର କୋଟି କମାଇବା କ୍ଷେତ୍ରରେ ତାଙ୍କର ବିଶେଷ ଅବଦାନ ରହିଛି।


