February 23, 2026

ରାଜଧାନୀ ଭୁବନେଶ୍ବରରେ ସଡ଼କ ଦୁର୍ଘଟଣା

1 min read

ଭୁବନେଶ୍ବର,(୨୩।୨): ରାଜଧାନୀ ଭୁବନେଶ୍ବରରେ ସଡ଼କ ଦୁର୍ଘଟଣା । ମହିଳାଙ୍କୁ ଧକ୍କା ଦେଇ ମୁଣ୍ଡ ଉପରେ ଚଢି଼ଗଲା କାର୍ । ଭୁବନେଶ୍ୱର କୋର୍ଟ ସମ୍ମୁଖରେ ଏହି ଦୁର୍ଘଟଣା ହୋଇଛି । ମହିଳାଙ୍କୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଇନୋଭା କାର୍ ଏହି ଦୁର୍ଘଟଣା ଘଟାଇଥିବା ଜଣାପଡିଛି । ତେବେ ଦୁର୍ଘଟଣା ପରେ କାର୍ ଘଟଣାସ୍ଥଳରୁ ଫେରାର ହୋଇଯାଇଛି ।

ସୂଚନା ଅନୁସାରେ, ମହିଳା ତାଙ୍କ ସ୍ୱାମୀ ଓ ଛୋଟ ପିଲାଙ୍କ ସହ ବାଇକରେ ଯାଇଥିଲା । ସେହି ସମୟରେ କୋର୍ଟ ସାମ୍ନାରେ ଗହଳି ରହିଥିଲା । ଏହି ସମୟରେ ଇନୋଭା କାର୍ ବାଇକକୁ ପଛପଟୁ ଧକ୍କା ଦେଇଥିଲା । ଫଳରେ ମହିଳାଜଣକ ତଳେ ପଡ଼ିଯାଇଥିଲେ । ଏହି ସମୟରେ ଇନୋଭା କାର୍ ତାଙ୍କ ମୁଣ୍ଡ ଉପରେ ଚଢ଼ି ଯାଇଥିଲା । ଏହାପରେ ଦ୍ରୁତଗତିରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ।

ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଯାଇଥିଲା । ତେବେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବା ପରେ ଜାମ୍ ହଟିଥିଲା । କେଉଁ ପରିସ୍ଥିତିରେ ଦୁର୍ଘଟଣା ଘଟିଲା ସେନେଇ ପୋଲିସ ତଦନ୍ତ ଆରମ୍ଭ କରିଛି ।