October 25, 2025

ସମ୍ଭାବ୍ୟ ବାତ୍ୟା ପାଇଁ ରାଜସ୍ବ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ

1 min read

ଭୁବନେଶ୍ବର: ସମ୍ଭାବ୍ୟ ବାତ୍ୟା ପାଇଁ ରାଜସ୍ବ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ | ବାତ୍ୟା ପାଇଁ ସ୍କୁଲ ଛୁଟି ନେଇ ଆସନ୍ତାକାଲି ନିଷ୍ପତ୍ତିି ହେବ | ଆଜି ସମସ୍ତ ସରକାରୀ କର୍ମଚାରୀ ଅଫିସରେ ରହିବେ| ଅଧିକାରୀଙ୍କ ଛୁଟି ବାତିଲ ନେଇ କାଲି ନିଷ୍ପତ୍ତି | ଛୁଟି ହେବ କି ନାହିଁ କାଲି ନିଷ୍ପତ୍ତି | ଆଜି ଏଭଳି ସୂଚନା ଦେଇଛନ୍ତି ରାଜସ୍ବ ଓ ବିପର୍ଯୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ। ସେ କହିଛନ୍ତି, ଆସନ୍ତାକାଲି ପୁଣି ଜିଲ୍ଲାପାଳଙ୍କ ସହ ବୈଠକ | କାଲି ସନ୍ଧ୍ୟା ସୁଦ୍ଧା ସ୍ପଟ ହେବ ବାତ୍ୟାର ଚିତ୍ର | ଲଘୁଚାପ ସୃଷ୍ଟି ଆଗରୁ ଅନୁମାନ ହୋଇଥିଲା| ଅବପାତରେ ପରିଣତ ହୋଇଛି | ଗୋପାଳପୁର ଠାରୁ ବାତ୍ୟା ୧ ହଜାର କିମି ଦୂରରେ ଅଛି | ଧୀରେ ଧୀରେ ପଶ୍ଚିମ, ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି | ଅବପାତ ଆଗକୁ ବାତ୍ୟାରେ ପରିଣତ ହେବ | ତୀବ୍ରତା ବଢ଼ିବାରେ ଲାଗିଛି | ପୂର୍ବ ପ୍ରସ୍ତୁତି ଆଗରୁ କରିସାରିଛୁ |

ରାଜସ୍ବ ମନ୍ତ୍ରୀ ଆହୁରି କହିଛନ୍ତି, ୨୮ ଓ ୨୯ ଦୁଇ ଦିନ ଅବପାତ ଜନିତ ବାତ୍ୟା ଓଡ଼ିଶାକୁ ପ୍ରଭାବିତ କରିବ | ଦକ୍ଷିଣାଞ୍ଚଳ ଜିଲ୍ଲା ଗଞ୍ଜାମ, ଗଜପତି, ରାୟଗଡା, କୋରାପୁଟ, ମାଲକାନଗିରି, ଏବଂ ପୁରୀ, ଖୋର୍ଦ୍ଧା ,କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଭାବିତ ହେବ | ଲଘୁଚାପ ଜନିତ ବାତ୍ୟା ଦିଗ ପରିବର୍ତ୍ତନ କରେ ତେଣୁ ଆଏମଡିର ପୂର୍ବ ଅନୁମାନ ଅନୁଯାୟୀ ଆମେ ପ୍ରସ୍ତୁତ | ଦିଗ ପରିବର୍ତ୍ତନ ହେଲେ ୩୦ ଜିଲ୍ଲା ପାଇଁ ଆମେ ପ୍ରସ୍ତୁତ | ୧୫ ଜିଲ୍ଲା ପ୍ରଭାବିତ ହେବ। ଜିଲ୍ଲାପାଳଙ୍କ ସହ ପ୍ରସ୍ତୁତି ସରିଛି | ବିଭାଗମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ପ୍ରସ୍ତୁତି ପାଇଁ | ସ୍ୱାସ୍ଥ୍ୟ, କୃଷି, ଶକ୍ତି, ସମବାୟ ବିଭାଗକୁ ଆଗୁଆ ପ୍ରସ୍ତୁତ ପାଇଁ କୁହାଯାଇଛି | ବିପର୍ଯ୍ୟୟ ପ୍ରକୋପ ଯାହା ଵି ହେଉ ସରକାର ପ୍ରସ୍ତୁତ | ଅତୀତର ପ୍ରସ୍ତୁତି କୁ ଆଖି ଆଗରେ ରଖୁ ନିଖୁଣ ପ୍ରସ୍ତୁତି କରାଯାଇଛି | ଲୋକେ ବିଚଳିତ ହୁଅନ୍ତୁ ନାହିଁ | ସମୁଦ୍ର ଭିତରେ ଥିବା ମତ୍ସ୍ୟଜୀବୀଙ୍କୁ ଫେରିବା ପାଇଁ କୁହାଯାଇଛି |ତଳିଆ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର, ବାତ୍ୟା ଆଶ୍ରୟ ସ୍ଥଳୀ, ରିଲିଫ ସେଣ୍ଟର, ପଲିଥିନ, ସ୍ୱାସ୍ଥ୍ୟ ବିଭାଗ ସବୁକୁ ପ୍ରସ୍ତୁତ କରାଯାଇଛି | ଯେତେଦିନ ପାଣି ରହିବ ଲୋକଙ୍କୁ ରନ୍ଧା ଖାଦ୍ୟ ଦିଆଯିବ | ମୂଳ ଲକ୍ଷ୍ୟ ଜୀବନ ରକ୍ଷା | ଲୋକଙ୍କ ରକ୍ଷା କବଚ ହେବେ ସରକାର | ଭୁସ୍ଖଳନ ପାଇଁ ଜିଲ୍ଲାପାଳଙ୍କୁ କୁହାଯାଇଛି, ସେହି ଜାଗାରେ ପ୍ରତିଷେଧକ ବ୍ୟବସ୍ଥା କରନ୍ତୁ | ରାସ୍ତା ଉପରେ ପାଣି ଗଲେ ଉଭୟ ପଟ ରାସ୍ତା ବନ୍ଦ କରାଯିବ ଏବଂ ସେହିଠାରେ ଯାତ୍ରୀମାନଙ୍କୁ ଖାଦ୍ୟର ବ୍ୟବସ୍ତା କରାଯିବ | ଦକ୍ଷିଣ ଆନ୍ଧ୍ରରେ ସ୍ଥଳ ଭାଗ ଛୁଇଁବା ନେଇ ଆକଳନ ହୋଇଛି। ଏହାର ପ୍ରଭାବ ଓଡ଼ିଶା ଉପରେ ପଡ଼ିବ।