February 22, 2026

ବାୟୁ ପ୍ରଦୂଷଣକୁ ଦୃଷ୍ଟିରେ ରଖି ଟ୍ୱିନ ସିଟିରେ କଟକଣା

1 min read

ଭୁବନେଶ୍ୱର: ରାଜ୍ୟରେ ବଢୁଥିବା ବାୟୁ ପ୍ରଦୂଷଣକୁ ଦୃଷ୍ଟିରେ ରଖି ଟ୍ୱିନ ସିଟିରେ କଟକଣା ଲଗାଯାଇଛି। ପ୍ରଦୂଷଣ ପାଇଁ ସନ୍ଧ୍ୟା ୬ଟାରୁ ସକାଳ ୧୦ଟା ପର୍ଯ୍ୟନ୍ତ କନଷ୍ଟ୍ରକସନ କାମ ବନ୍ଦ ରହିବ । ବାହାରେ ଆବର୍ଜନା କିମ୍ବା ଢ଼ାବାରେ କୋଇଲା ଜାଳିବା ଉପରେ ମଧ୍ୟ କଟକଣା ଲଗାଯାଇଛି। ରାତିରେ ଭାରି ଯାନ ଚଳାଚଳ ଉପରେ ବି କଟକଣା ଲାଗିଛି ।

ଜାତୀୟ ରାଜପଥ ଉପରେ ଦିନକୁ ୩ଥର କରାଯିବା ପାଣି ସିଞ୍ଚନ । ମ୍ୟୁନିସିପାଲଟି ଅଞ୍ଚଳରେ କୌଣସି ଭଙ୍ଗାରୁଜା କାର୍ଯ୍ୟ ହୋଇପାରିବ ନାହିଁ । ସହର ମଧ୍ୟରେ ଟ୍ରକ ଚଳାଚଳ ବନ୍ଦ ହିବ । କଟକଣାକୁ ବଳବତ୍ତର ରଖିବାକୁ ପୁଲିସ, ଆରଟିଓକକୁ ନିର୍ଦ୍ଦେଶ ଦେଇଛି ଜଙ୍ଗଲ ବିଭାଗ । ନିୟମ ନ ମାନିଲେ କଡା କାର୍ଯ୍ୟାନୁଷ୍ଠାନ ହେବ ବୋଲି ସୂଚନା ଦେଇଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ।

ଅନ୍ୟପଟେ ଭୁବନେଶ୍ୱରରେ ପ୍ରଦୂଷଣ ରୋକିବାକୁ ବିଏମ୍‌ସି ପକ୍ଷରୁ କଟକଣା ଜାରି କରାଯାଇଛି । ହୋଟେଲ୍ ଢାବାରେ କାଠ ଓ କୋଇଲା ଜାଳିବା ସମ୍ପୂର୍ଣ୍ଣ ବାରଣ ହୋଇଛି । ଡିପୋ ଓ ଷ୍ଟାଣ୍ଡରେ ନିୟମିତ ବସ୍ ଧୋଇବାକୁ ସିଆରୟୁଟିକୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହିତ ଖୋଲା ସ୍ଥାନରେ ଆବର୍ଜନା ଜାଳିଲେ ୫ହଜାର ଫାଇନ୍‌ ଓ ସ୍କୁଲ୍‌ରେ ମଧ୍ୟାହ୍ନ ଭୋଜନ ପାଇଁ ସ୍ବଚ୍ଛ ଜାଳେଣି ବ୍ୟବହାର ପରାମର୍ଶ ଦିଆଯାଇଛି । ଧୂଳି ଉଡୁଥିବା ସ୍ଥାନରେ ପାଣି ସିଞ୍ଚନ ପାଇଁ ବିଏମ୍‌ସିର ନିର୍ଦ୍ଦେଶ ରହିଛି ।