August 18, 2026

ଏକ ୧୦ ମହଲା କୋଠା ମଧ୍ୟରୁ ଏକ କୁନି ଝିଅକୁ ଉଦ୍ଧାରକାରୀ ଦଳ ଜୀବନ୍ତ ଉଦ୍ଧାର

1 min read

କାରାକାସ: ଭୂମିକମ୍ପ ପ୍ରଭାବିତ ଭେନେଜୁଏଲାର ଧ୍ବଂସସ୍ତୂପ ମଧ୍ୟରେ ପୋତି ହୋଇ ରହିଥିବା ଲୋକଙ୍କୁ ଉଦ୍ଧାର କରିବା ଲାଗି ବିଭିନ୍ନ ବିଦେଶୀ ଉଦ୍ଧାରକାରୀ ଦଳ ଦିନ ରାତି ଉଦ୍ୟମ ଚଳାଇଛନ୍ତି। ପ୍ରତିଟି ଜୀବନକୁ ବଞ୍ଚାଇବା ଲକ୍ଷ୍ୟରେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଚାଲିଛି। ଭଗ୍ନାବଶେଷ ମଧ୍ୟରେ ପ୍ରାୟ ୫୦ହଜାର ଲୋକ ଚାପି ହୋଇ ରହିଥିବା ଆକଳନ କରାଯାଇଛି। କାରଣ ନିଖୋଜ ଲୋକଙ୍କ ସମ୍ପର୍କରେ ପରିବାର ଓ ନିକଟ ସମ୍ପର୍କୀୟମାନେ ପ୍ରଶାସନ ନିକଟରେ ରିପୋର୍ଟ କରିଛନ୍ତି। ଭୂମିକମ୍ପରେ ସର୍ବାଧିକ ପ୍ରଭାବିତ ହୋଇଥିବା ଲା ଗୁଆଇରା ପ୍ରଦେଶରୁ ଶୁକ୍ରବାର ଏକ ୧୨ବର୍ଷର ବାଳକକୁ ଅକ୍ଷତ ଉଦ୍ଧାର କରାଯାଇଛି। ଆଉ ମଧ୍ୟ ଏକ ୧୦ ମହଲା କୋଠା ମଧ୍ୟରୁ ଏକ କୁନି ଝିଅକୁ ଉଦ୍ଧାରକାରୀ ଦଳ ଜୀବନ୍ତ ଉଦ୍ଧାର କରିଛନ୍ତି। ସେହିପରି କାରାକାସର ସାନ ବର୍ଣ୍ଣାଡିନୋରୁ ଲିଆଣ୍ଡ୍ରୋ ନାମକ ଜଣେ ଯୁବକଙ୍କୁ ମଧ୍ୟ ଜୀବନ୍ତ ଉଦ୍ଧାର କରାଯାଇଛି।