ଡେରାବିଶରେ ସାଧାରଣତନ୍ତ୍ର ଦିବସ ପାଳନ
1 min read
ଡେରାବିଶ :୨୭/୧- ଡେରାବିଶର ପୁରପଲ୍ଲୀରେ ସୋମବାର ୭୭ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ପ୍ରତ୍ୟୁଷରୁ ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟ ଓ ଶିକ୍ଷାନୁଷ୍ଠାନ ଚଳଚଞ୍ଚଳ ହୋଇ ଉଠିଥିଲା। ଛାତ୍ରଛାତ୍ରୀମାନଙ୍କ ପକ୍ଷରୁ ପ୍ରଭାତ ଫେରି ଓ ରାମ ଧୂନ ଗାନ କରାଯାଇଥିଲା। ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଅଧ୍ୟକ୍ଷା ପ୍ରଭାତୀ ମଲିକ ଜାତୀୟ ପତାକା ଉତ୍ତୋଳନ କରିଥିବା ବେଳେ ନିକଟସ୍ଥ ଠାକୁରହାଟ ସୂଦର୍ଶନ ହାଇସ୍କୁଲ ଛାତ୍ରଛାତ୍ରୀଙ୍କ ପକ୍ଷରୁ ଆୟୋଜିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ।
ବିଡ଼ିଓ ନମିତା ବାରିକ,ଏବିଡିଓ ମୃଣ୍ମୟ ରାଉତ ଓ ଗୃହନିର୍ମାଣ ବିଭାଗର ଅଧିକାରୀ ଦେବେଶ କୁମାର ବେହେରାଙ୍କ ସମେତ କର୍ମଚାରୀ ମାନେ ଉପସ୍ଥିତ ଥିଲେ। ତହସିଲ କାର୍ଯ୍ୟାଳୟରେ ତହସିଲଦାର ସରୋଜକାନ୍ତ ନାୟକ, ଡେରାବିଶ ଥାନାରେ ଥାନାଧିକାରୀଣୀ ଅମ୍ବିକା ପ୍ରସାଦ ଦାସ, ଡେରାବିଶ ମହାବିଦ୍ୟାଳୟରେ ଅଧ୍ୟକ୍ଷ ଚନ୍ଦ୍ରଶେଖର ନାୟକ,ହାଇସ୍କୁଲରେ ପ୍ରଧାନ ଶିକ୍ଷୟିତ୍ରୀ ସସ୍ମିତା ଦାସ, ମଲ୍ଲିକେଶ୍ବର ହାଇସ୍କୁଲରେ ପ୍ରଧାନ ଶିକ୍ଷୟିତ୍ରୀ ସସ୍ମିତା ବେହେରା,ଡାଳିଜୀ ବାଗଦେବୀ ବିଦ୍ୟାପୀଠରେ ପ୍ରଧାନ ଶିକ୍ଷୟିତ୍ରୀ ବିଥିକା ଦାସ,ଚାନ୍ଦୋଳ ଏଚଏନଏସ ମହାବିଦ୍ୟାଳୟରେ ଅଧ୍ୟକ୍ଷ ଅକ୍ଷୟ କୁମାର ବଳ,ଡେଲଟା ଡିଗ୍ରୀ କଲେଜରେ ଅଧ୍ୟକ୍ଷ ଖଗେଶ୍ୱର ନାୟକ, ଛତା ପଲିଟେକନିକରେ ଅଧ୍ୟକ୍ଷ ବିଭୁତି ଭୁଷଣ ନାୟକ, ନିଖିଳ ଓଡ଼ିଶା ନିର୍ମାଣ ଶ୍ରମିକ ସଂଘ କାର୍ଯ୍ୟାଳୟରେ ରାଜ୍ୟ ସଭାନେତ୍ରୀ କାମିନୀ ମିଶ୍ର, ଚାନ୍ଦୋଳ ରିକ୍ସା ଓ ଟ୍ରଲି ଚାଳକ ସଂଘରେ ଶ୍ରମିକ ନେତା ଅଶୋକ କୁମାର ତ୍ରିପାଠୀ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ସେହିପରି ବିଭିନ୍ନ ପଞ୍ଚାୟତ କାର୍ଯ୍ୟାଳୟ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ସମେତ ବିଭିନ୍ନ ଅନୁଷ୍ଠାନ ଓ ଯୁବକ ସଂଘ ପକ୍ଷରୁ ଜାତୀୟ ପତାକା ଉତ୍ତୋଳନ କରାଯିବା ସହ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଥିଲା।


