ପରଲୋକରେ ପ୍ରଖ୍ୟାତ ଗିଟାର ବାଦକ ତଥା ମ୍ୟୁଜିକ୍ ଆରେଞ୍ଜର୍ ଦେବାଂଶୁ ରଥ
1 min read
ଭୁବନେଶ୍ବର: ପରଲୋକରେ ପ୍ରଖ୍ୟାତ ଗିଟାର ବାଦକ ତଥା ମ୍ୟୁଜିକ୍ ଆରେଞ୍ଜର୍ ଦେବାଂଶୁ ରଥ। ଗତକାଲି ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ସେ ଚେନାଇ ସ୍ଥିତ ନିଜ ଘରେ ନିଜ ପ୍ରିୟ ଗିଟାର ଧରି ଛାତ୍ରମାନଙ୍କୁ ଅନଲାଇନରେ ଗିଟାର ଶିଖାଉଥିଲେ । ହଠାତ୍ ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ନିକଟସ୍ଥ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା।
ସେ ନିଜ ଧର୍ମପତ୍ନୀ ସୁଜାତା ମିଶ୍ର , ଝିଅ କଣ୍ଠଶିଳ୍ପୀ ସାଲୋନୀ ଏବଂ ଏକମାତ୍ର ପୁଅ ଜଗନ୍ନାଥ (ସୋନୁ)ଙ୍କୁ ଛାଡ଼ି ଚାଲିଯାଇଛନ୍ତି ।


