October 14, 2025

ଦିନକୁ ଦିନ ବଳାତ୍କାର ଓ ଗଣବଳାତ୍କାର ବଢି ଚାଲିଛି

1 min read

ଗୋପାଳପୁର: ଗଞ୍ଜାମ ଜିଲା ବ୍ରହ୍ମପୁର ସଦର ସବ ଡିଭିଜାଲ ଅଧୀନରେ ଦିନକୁ ଦିନ ବଳାତ୍କାର ଓ ଗଣବଳାତ୍କାର ବଢି ଚାଲିଛି। ଏହାକୁ ନେଇ ପୋଲିସ ପାଇଁ ମୁଣ୍ଡ ବିନ୍ଧା ପାଲଟିଛି l ଗତ ଏକ ମାସ ମଧ୍ୟ୍ୟରେ ଗୋଳନ୍ଥରା ଓ ଗୋପାଳପୁର ଥାନା ଅଞ୍ଚଳରେ ଗଣବଳାତ୍କାର ଘଟଣା ସାରାରାଜ୍ୟ ହାଇଚଇ ହୋଇ ଥିଲା l ପୁଣି ଏକ ଲଜ୍ୟା ଘଟଣା ଦେଖିବାକୁ ମିଳିଛି l ଗୋଳନ୍ଥରା ଥାନା ଅଞ୍ଚଳ ଏକ ଛାତ୍ରୀଙ୍କୁ ଗୋଡ଼ ହାତ ବାନ୍ଧି ପାଇଖାନାରେ ବଳାତ୍କାର ହୋଇଥିବା ନେଇ ଅଭିଯୋଗ ହୋଇଛି l
ଏହି ଘଟଣା ପୋଲିସ ମଙ୍ଗଳବାର ଅଭିଯୁକ୍ତକୁ ଗିରଫ କରିଥିବା ଥାନା ଅଧିକାରୀ ବିବେକାନନ୍ଦ ସ୍ବାଇଁ ସୂଚନା ଦେଇଛନ୍ତି l ଅଭିଯୁକ୍ତ ଜଣ ହେଲେ ଭୁବନା ପ୍ରଧାନ (୧୯) ସୂଚନା ମିଳିଛି l ଖବର ଅନୁସାରେ ଗତ ୨୮ ତାରିଖରେ ଗୋଳନ୍ଥରା ଥାନା ଅଞ୍ଚଳ ୭ ଶ୍ରେଣୀ ଛାତ୍ରୀ ଜଣକ ମାଉସୀ ଘର ବାରିପଟକୁ ପିଜୁଳି ଖାଇବାକୁ ଯାଇଥିଲେ। ସେହି ଗ୍ରାମର ସମ୍ପର୍କୀୟ ଭାଇ ଭୁବନା ପ୍ରଧାନ ଛାତ୍ରୀଙ୍କୁ ଝିକିଝିକି ନେଇ ନିକଟରେ ବିଦ୍ୟାଳୟର ପାଇଖାନାରେ ହାତଗୋଡ଼ ବାନ୍ଧି ଛାତ୍ରୀଙ୍କୁ ବଳାତ୍କାର କରିଥିଲେ l ଘଟଣା ସମ୍ପର୍କ କାହାକୁ ନ କହିବା ପାଇଁ ଛାତ୍ରୀଙ୍କୁ ଭୁବନା ଧମକଚମକ ଦେଇଥିଲେ l ଘଟଣା ସମ୍ପର୍କ ମା’ଙ୍କୁ ଛାତ୍ରୀ ଜଣକ କହିଥିଲେ l ସୋମବାର ପୀଡ଼ିତ ମା’ ଗୋଳନ୍ଥରା ଥାନାରେ ଲିଖିତ ଅଭିଯୋଗ କରିଥିଲେ l ଥାନା କେଶ ନ ୨୮୦/୨୫ ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଥିଲା। ଛାତ୍ରୀଙ୍କ ବ୍ରହ୍ମପୁର ବଡ଼ ମେଡିକାଲରେ ଡାକ୍ତରୀମାଇନା କରିଥିବା ସୂଚନା ମିଳିଛି। ସନ୍ଧ୍ୟାରେ ଅଭିଯୁକ୍ତ ଭୁବନାକୁ ଗ୍ରାମରୁ ଉଠାଇ ନେଇ ଥାନା ଅଟକ ରଖି ପଚରାଉଚରା କରି ମଙ୍ଗଳବାର ସକାଳେ ଗିରଫ କରି ଡାକ୍ତରୀମାଇନା କରି ସନ୍ଧ୍ୟାରେ କୋର୍ଟଚାଲାଣ କରାଯିବା ସୂଚନା ମିଳିଛି l