March 12, 2026

ରାଜ୍ୟ ସଭା ଏମ୍‌ପି ସୁଜିତ କୁମାର ରାୟଗଡ଼ା ଜିଲା କୋଲନରା ବ୍ଲକ ଭୁଜବଳସ୍ଥିତ ମିଟ୍‌ସ କଲେଜ ଓ ମେଗା ଫୁଡ ପାର୍କ ପରିଦର୍ଶନ

1 min read

ରାୟଗଡ଼ା: ଉଚ୍ଚ ଶିକ୍ଷା, କ୍ରୀଡା ଓ ଯୁବ ବ୍ୟାପାର ତଥା ଓଡ଼ିଆ ଭାଷା ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଏବଂ ରାଜ୍ୟ ସଭା ଏମ୍‌ପି ସୁଜିତ କୁମାର ରାୟଗଡ଼ା ଜିଲା କୋଲନରା ବ୍ଲକ ଭୁଜବଳସ୍ଥିତ ମିଟ୍‌ସ କଲେଜ ଓ ମେଗା ଫୁଡ ପାର୍କ ପରିଦର୍ଶନ କରିଛନ୍ତି। ମନ୍ତ୍ରୀ ସେଠାରେ ଚାଲିଥିବା ଉନ୍ନୟନମୂଳକ କାର୍ଯ୍ୟ ସମୀକ୍ଷା କରିଥିଲେ।

ଏଥିସହ ଉପସ୍ଥିତ ଥିବା ଅଧିକାରୀଙ୍କ ସହ ସ୍ଥାନୀୟ ନିଯୁକ୍ତି ସୃଷ୍ଟି, ଖାଦ୍ୟ ପ୍ରକ୍ରିୟାକରଣ ପ୍ରକଳ୍ପ ଓ ପରିସଂଖ୍ୟନ ଅବସ୍ଥା ସମ୍ପର୍କରେ ଆଲୋଚନା କରିଥିଲେ। ମିଟସ୍‌ ଗ୍ରୁପ୍‌ ଦ୍ୱାରା କୃଷି-ଭିତ୍ତିକ ଶିଳ୍ପ ସୁଦୃଢ଼ କରିବା ଓ ସ୍ଥାନୀୟ ଯୁବକଙ୍କୁ କୌଶଳ ବିକାଶରେ ସହଯୋଗ ଦେବା ପ୍ରୟାସକୁ ଉଚ୍ଚ ପ୍ରଶଂସା କରିଥିଲେ।

ଫୁଡ୍‌ ପାର୍କ ପରିଦର୍ଶନ ପରେ ଅତିଥିମାନେ ମିଟସ୍‌ ଅଡିଟୋରିଅମରେ ବନ୍ଦେ ମାତରମ୍‌ ୧୫୦ ବର୍ଷ ପୂର୍ତ୍ତି ଉତ୍ସବରେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ମିଟସ୍‌ ଗ୍ରୁପର ଅଧ୍ୟକ୍ଷ ବାଳକୃଷ୍ଣ ପଣ୍ଡା, ସିଇଓ ଶ୍ରୀରାମ ପଣ୍ଡା, ଉପାଧ୍ୟକ୍ଷ ବିଶ୍ୱଜିତ ପଣ୍ଡା, ନିର୍ଦ୍ଦେଶକ ଡ଼. ସି.ଭି..ଗୋପୀନାଥ, ଡିନ୍‌ ଡ଼.ଶାନ୍ତନୁ ମହାନ୍ତି, ଅଧ୍ୟକ୍ଷ ପ୍ରଫେସର ରାମାନୁଜ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ଦକ୍ଷିଣ ଓଡ଼ିଶାର ଗ୍ରାମୀଣ ଓ ଜନଜାତୀୟ ଅଞ୍ଚଳରେ ଗୁଣବତ୍ତା ପୂର୍ଣ୍ଣ ଶିକ୍ଷା, କୌଶଳ ବିକାଶ ଓ ସାମାଜିକ-ଆର୍ଥତ୍କ ଉନ୍ନତି ପାଇଁ ଦିଆଯାଉଥିବା ଶିକ୍ଷାଦାନକୁ ମନ୍ତ୍ରୀ ସୂର୍ଯ୍ୟବଂଶୀ ପ୍ରଶଂସା କରିଥିଲେ। ଏଥିରେ ପ୍ରାୟ ୧୫୦୦ ଛାତ୍ରୀଛାତ୍ର, ସମସ୍ତ ଅଧ୍ୟାପିକା, ଅଧ୍ୟାପକଙ୍କ ସମେତ କଲେଜର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ। ଶେଷରେ ମିଟସ୍‌ ଅଧ୍ୟକ୍ଷ ବାଳକୃଷ୍ଣ ପଣ୍ଡା ଅତିଥିଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।