April 3, 2026

୨୦୦ ଆଇପିଏଲ ମ୍ୟାଚ ପୂରଣ କଲେ ରାହାଣେ

1 min read

କଲକାତା: କଲକାତା ନାଇଟ୍‌ ରାଇଡର୍ସ ଅଧିନାୟକ ଅଜିଙ୍କ୍ୟ ରାହାଣେ ଆଇପିଏଲରେ ୨୦୦ତମ ମ୍ୟାଚ ପୂରଣ କରିଛନ୍ତି। ଆଇପିଏଲ ଇତିହାସରେ ୧୧ତମ ଖେଳାଳି ଭାବେ ରାହାଣେ ୨୦୦ତମ ମ୍ୟାଚ ଖେଳିଛନ୍ତି। ରାହାଣେ ଗୁରୁବାର ଇଡେନ ଗାଡେନ୍‌ସରେ ​ହାଇଦରାବାଦ୍‌ ବିପକ୍ଷରେ ୨୦୦ତମ ମ୍ୟାଚ ଖେଳିଥିଲେ।

ରାହାଣେ ୬ଟି ଦଳ କଲକାତା ନାଇଟ୍‌ ରାଇଡର୍ସ, ଚେନ୍ନଇ ସୁପରକିଙ୍ଗସ, ରାଜସ୍ଥାନ ରୟାଲ୍‌ସ, ରାଇଜିଂ ପୁଣେ ସୁପରଜାଏଣ୍ଟ୍‌ସ, ଦିଲ୍ଲୀ କ୍ୟାପିଟାଲ୍‌ସ ଓ ମୁମ୍ବଇ ଇଣ୍ଡିଆନ୍‌ସ ପାଇଁ ଆଇପିଏଲରେ ଖେଳିଛନ୍ତି। ମହେନ୍ଦ୍ର ସିଂହ ଧୋନି ସର୍ବାଧିକ ୨୭୮ଟି ଆଇପିଏଲ ମ୍ୟାଚ ଖେଳିଥିବା ବେଳେ ରୋହିତ ଶର୍ମା ୨୭୩ଟି, ବିରାଟ କୋହଲି ୨୬୮ଟି ମ୍ୟାଚ ଖେଳିଛନ୍ତି।