June 6, 2025

ରଘୁନାଥପାଲି ବିଧାୟକ ଦୁର୍ଗାଚରଣ ତନ୍ତୀ ଭେଟିଛନ୍ତି ପୂର୍ତ୍ତମନ୍ତ୍ରୀଙ୍କୁ

1 min read

ରାଉରକେଲା: ପୂର୍ତ୍ତମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ଘୋଷଣା ପରେ ମଧ୍ୟ ବେଦବ୍ୟାସ ଝୁଲାପୋଲ ନିର୍ମାଣ କାମ ଆରମ୍ଭ ହେଉନି। ରଘୁନାଥପାଲି ବିଧାୟକ ଦୁର୍ଗାଚରଣ ତନ୍ତୀ ପୂର୍ତ୍ତମନ୍ତ୍ରୀଙ୍କୁ ତାଙ୍କ ଭୁବନେଶ୍ବରସ୍ଥ ବାସଭବନରେ ଭେଟିଛନ୍ତି। ନିର୍ମାଣ କାର୍ଯ୍ୟକୁ ଅଗ୍ରାଧିକାର ଭିତ୍ତିରେ ଆରମ୍ଭ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେବାକୁ ବିଧାୟକ ମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।

ଆଲୋଚନାରେ ତ୍ରିବେଣୀ ସଙ୍ଗମ କୂଳକୁ ଓଡ଼ିଶାର ଅନ୍ୟତମ ପର୍ଯ୍ୟଟନସ୍ଥଳୀ ଭାବେ ବିକାଶ କରିବାକୁ ଗୁରୁତ୍ବ ପ୍ରଦାନ କରାଯାଇଥିଲା। ସଙ୍ଗମ କୂଳକୁ ବର୍ଷର ବାରମାସ ଓଡ଼ିଶାର ସମେତ ପଡ଼ୋଶୀ ଝାଡ଼ଖଣ୍ଡ, ବିହାର ଏବଂ ଛତିଶଗଡ଼ ରାଜ୍ୟର ଲୋକୋ ବୁଲିବାକୁ ଆସିଥାନ୍ତି। ତେଣୁ ଏହି ସ୍ଥାନର ମହତ୍ଵ ଅଧିକ ଥିବାରୁ ବେଦବ୍ୟାସ ତ୍ରିବେଣୀ ସଙ୍ଗମସ୍ଥଳର ବିକାଶ କରିବା ପାଇଁ ବିଧାୟକ ବିଭାଗୀୟ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କୁ ଅନେକ ପ୍ରସ୍ତାବ ଦେଇଛନ୍ତି।