May 23, 2026

ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟା

1 min read

ବରଗଡ଼,୨୩।୫: ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। ଏହି ପ୍ରକ୍ରିୟାକୁ ୧୨ ଦିନ ବିତିଯାଇଛି। ହେଲେ ଧାନ ବିକ୍ରିବଟାରେ ଚାଷୀମାନେ ବିଭିନ୍ନ ସମସ୍ୟାର ସମାଧାନ ହେଉଛନ୍ତି। ଅ୍ଯଯପଟେ ମିଲର୍ସଙ୍କ ଗୋଦାମ ଗତବର୍ଷର ଧାନ, ଚାଉଲରେ ଭର୍ତ୍ତି ରହିଛିି। ଫଳରେ ଧାନ ଉଠାଣ ମ୍ଯଯ ଶୀଥିଳ ହୋଇ ପଡ଼ିଛି। ଏଭଳି ସ୍ଥିତିରେ ଶୁକ୍ରବାର ଖାଦ୍ୟ ଯୋଗାଣ ଓ ଖାଉଟୀ କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଶୁକ୍ରବାର ବରଗଡ଼ ଗସ୍ତରେ ଆସିଥିଲେ। ସେ ସ୍ଥାନୀୟ ସର୍କିଟ ହାଉସରେ ଚଳିତ ଧାନ ସଂଗ୍ରହ ପ୍ରକ୍ରିୟା ଉପରେ ସମୀକ୍ଷା କରିଥିବା ସୂଚନା ମିଳିଛି। ସମୀକ୍ଷା ବୈଠକରେ ବରଗଡ଼ ଲୋକସଭା ସାଂସଦ(ଏମପି) ପ୍ରଦୀପ ପୁରୋହିତଙ୍କ ସମେତ ବରଗଡ଼ ବିଧାୟକ ଅଶ୍ୱିନୀ କୁମାର ଷଡ଼ଙ୍ଗୀ, ଅତାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦ, ବିଜେପୁର ବିଧାୟକ ସନତ କୁମାର ଗଡ଼ତିଆ, ଜିଲାପାଳ ଆଦି୍ଯଯ ଗୋୟଲଙ୍କ ସମେତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। ଚାଷୀମାନେ ଯେଭଳି ସୁରୁଖୁରୁରେ ଧାନ ବିକ୍ରି କରି ପାରିବେ, ସେ ଦିଗରେ ପଦକ୍ଷେପ ନେବା ପାଇଁ ମନ୍ତ୍ରୀ ପାତ୍ର ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି