June 18, 2025

ବୁଧବାର ୫ ଘଣ୍ଟା ବନ୍ଦ ସର୍ବସାଧାରଣ ଦର୍ଶନ

1 min read

ପୁରୀ: ଆସନ୍ତାକାଲି ତା୧୫.୧.୨୦୨୫ରିଖ, ବୁଧବାର ମାଘ:କୃଷ୍ଣ ଦ୍ୱିତୀୟା ତିଥି ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏଣୁ ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଆପାତତଃ ଘ.୫.୦୦ ଟିକା ଠାରୁ ରାତ୍ର ଘ.୧୦.୦୦ ଟିକା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ।

ନୂଆବର୍ଷ ସାଙ୍ଗକୁ ଏବେ ନାନା ପର୍ବ ପର୍ବାଣି ଏବଂ ମକର ସଂକ୍ରାନ୍ତି ଥିବାରୁ ଶ୍ରୀମନ୍ଦିରରେ ଅନେକ ଶ୍ରାଦ୍ଧଳୁଙ୍କର ଭିଡ଼ ଲାଗୁଛି। ତେଣୁ ମହାପ୍ରଭୁଙ୍କର ରୀତିନୀତି ପାଇଁ 5 ଘଣ୍ଟା ଦର୍ଶନ ବନ୍ଦ ହେଲେ ଅନେକ ଭକ୍ତଙ୍କୁ ନିରାଶ ହେଇ ଫେରିବାକୁ ପଡିପାରେ।

ସେପଟେ ଜାନୁଆରୀ ୨୦ ତାରିଖରୁ ଶ୍ରୀମନ୍ଦିରରେ ଧାଡି ଦର୍ଶନ ଆରମ୍ଭ ହେବ। ଏଥିଲାଗି ସମସ୍ତ ବ୍ୟବସ୍ଥା ସରିଥିବା କହିଛନ୍ତି ଆଇନ୍ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ଭକ୍ତ ମାନେ କିଭଳି ଶୃଙ୍ଖଳିତ ଭାବେ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ , ସେ ନେଇ ଧାଡି ଦର୍ଶନ ବ୍ୟବସ୍ଥା କରାଯିବ। ଆଉ ପରୀକ୍ଷା ମୂଳକ ନୁହେଁ , ସିଧାସଳଖ କାର୍ଯ୍ୟକାରୀ ହେବ।

ସେହିଭଳି ମାର୍ଚ୍ଚ ମାସ ପୂର୍ବରୁ ରତ୍ନଭଣ୍ଡାର ମରାମତି କାମ ସରିବ। ମରାମତି କାମ ଶେଷ ହେବା ପରେ ଗଣତି ମଣତି ଆରମ୍ଭ ହେବ। ଏଏସଆଇ ୩ ମାସ ସମୟ ମାଗିଥିଲା। ଯଥେଷ୍ଟ ପୂର୍ବରୁ କାମ ସାରିବାକୁ ଚେଷ୍ଟା କରାଯାଉଛି। ମକର ନୀତିକାନ୍ତି ପାଇଁ ଏବେ ମରାମତି କାମ ବନ୍ଦ ରହିଛି । ୧୭ ତାରିଖରୁ ପୁର୍ନବାର କାମ ଆରମ୍ଭ ହେବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।