March 11, 2026

ଅଧ୍ୟାପକ ରଘୁନାଥ ମଣ୍ଡଳ ସମ୍ବର୍ଦ୍ଧିତ

1 min read

ଭୁବନେଶ୍ୱର: ବୁଧିଷ୍ଟ ଇଣ୍ଟରନେସନାଲ ଫୋରମ୍ ଫର୍ ପିସ୍ ପକ୍ଷରୁ ଜାତୀୟ ଡାକ୍ତର ଦିବସ ପାଳନ ଅବସରରେ ଇନ୍ସଟିଚ୍ୟୁଟ ଅଫ ମିଡ଼ିଆ ଷ୍ଟଡ଼ିଜ (ଆଇ.ଏମ.ଏସ.)ର ସମାଜସେବା ବିଭାଗ ଅଧ୍ୟାପକ ତଥା ଜାତୀୟ ସେବା ଯୋଜନା (ଏନଏସଏସ)ର ଖୋର୍ଦ୍ଧା ଜିଲ୍ଲା ସଂଯୋଜକ ରଘୁନାଥ ମଣ୍ଡଳ ସମ୍ବର୍ଦ୍ଧିତ ହୋଇଛନ୍ତି | ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଓଡ଼ିଶା ବିଧାନସଭା ବାଚସ୍ପତି ଶ୍ରୀମତୀ ସୁରମା ପାଢୀ ତାଙ୍କୁ ମାନପତ୍ର ତଥା ଉତ୍ତରୀୟ ପ୍ରଦାନକରି ସମ୍ବର୍ଦ୍ଧିତ କରିଥିଲେ | ଶ୍ରୀଯୁକ୍ତ ମଣ୍ଡଳ ଗ୍ରାମାଞ୍ଚଳ, ସହରାଞ୍ଚଳ ଓ ବସ୍ତିରେ ବସବାସ କରୁଥିବା ଯୁବକ ଯୁବତୀଙ୍କର ଶିକ୍ଷା କ୍ଷେତ୍ରରେ ଉନ୍ନତି ଆଣିବା ତଥା ନିଯୁକ୍ତି କ୍ଷେତ୍ରରେ ବ୍ୟାପକ ପ୍ରୋତ୍ସାହନ ଯୋଗଦେବାରେ ଅନେକ ଅବଦାନ ରହିଛି | ତାଙ୍କର ଭୂମିକାକୁ ସମ୍ମାନ ଜଣାଇ ଏହି ଜାତୀୟ ଡାକ୍ତର ଦିବସ ଅବସରରେ ତାଙ୍କୁ ସମ୍ମାନିତ କରାଯାଇଛି | ଅନ୍ୟମାନଙ୍କ ମଧ୍ୟରେ ପଦ୍ମଶ୍ରୀ ଆନ୍ତର୍ଜାତୀୟ ଖ୍ୟାତିସଂପନ୍ନ ପ୍ରଫେସର୍ ଡକ୍ଟର ଅଶୋକ କୁମାର ମହାପାତ୍ର ଉପସ୍ଥିତ ରହି ଜନସାଧାରଣଙ୍କର ସୁସ୍ଥ ଜୀବନ ପାଇଁ ପରାମର୍ଶ ଦେଇଥିଲେ |