May 16, 2025

କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଭାରପ୍ରାପ୍ତ କୁଳପତି ଭାବେ ଦାୟିତ୍ୱ ଗ୍ରହଣ କଲେ ପ୍ରଫେସର ଏନ୍‌. ସି. ପଣ୍ଡା

1 min read

କୋରାପୁଟ: ବିଶିଷ୍ଟ ସଂସ୍କୃତ ପଣ୍ଡିତ ତଥା ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଶିକ୍ଷାବିତ ପ୍ରଫେସର ନରସିଂହ ଚରଣ ପଣ୍ଡା ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ (ସିୟୁଓ)ର ଭାରପ୍ରାପ୍ତ କୁଳପତି ଭାବେ ଶୁକ୍ରବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ଏନେଇ ଗତ ଏପ୍ରିଲ ୩୦ ତାରିଖରେ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟର ଦ୍ବାରା ଜାରି ହୋଇଥିବା ଏକ ପତ୍ର କ୍ରମେ ୨୦୨୫ ମେ’ ୧ ତାରିଖରେ ବିଶ୍ୱବିଦ୍ୟାଳୟ ରେଜିଷ୍ଟ୍ରାରଙ୍କ ଦ୍ୱାରା ଏକ ସରକାରୀ ଆଦେଶ ଜାରି ହୋଇଥିଲା। ନୂଆ କୁଳପତି ଦାୟିତ୍ୱ ଗ୍ରହଣ କରିବା ପର୍ଯ୍ୟନ୍ତ କିମ୍ବା ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବର୍ତ୍ତମାନ ସିୟୁଓର ବରିଷ୍ଠ ପ୍ରଫେସର ତଥା ସମସ୍ତ ସ୍କୁଲର ଡିନ୍‌ ପ୍ରଫେସର ପଣ୍ଡା ଏହି ପଦବୀରେ କାର୍ଯ୍ୟ କରିବେ। କୁଳପତି ପଦରୁ ପ୍ରଫେସର ଚକ୍ରଧର ତ୍ରିପାଠୀ ଇସ୍ତଫା ଦେବା ପରେ ତାଙ୍କୁ ଏହି ନିଯୁକ୍ତି ଦିଆଯାଇଛି। ତାଙ୍କ ଇସ୍ତଫାକୁ ଭାରତର ମହାମହିମ ରାଷ୍ଟ୍ରପତି ଗ୍ରହଣ କରିଛନ୍ତି।

ପ୍ରଫେସର ତ୍ରିପାଠୀ ସେପ୍ଟେମ୍ବର ୨୬, ୨୦୨୨ ରେ ସିୟୁଓରେ କୁଳପତି ଭାବେ ଯୋଗ ଦେଇଥିଲେ।
ଦାୟିତ୍ୱ ଗ୍ରହଣ କରିବା ପରେ ପ୍ରଫେସର ପଣ୍ଡା ବିଶ୍ୱବିଦ୍ୟାଳୟ ସମୁଦାୟକୁ ସମ୍ବୋଧିତ କରି କହିଛନ୍ତି, ଏହା ବିଶ୍ୱବିଦ୍ୟାଳୟ ପାଇଁ ଏକ ଆହ୍ବାନପୂର୍ଣ୍ଣ ସମୟ ଏବଂ ସାମୂହିକ ପ୍ରୟାସ ଦ୍ୱାରା ଦାୟିତ୍ୱ ଗ୍ରହଣ କରିବା ପରେ ପ୍ରଫେସର ପଣ୍ଡା ବିଶ୍ୱବିଦ୍ୟାଳୟ ସମୁଦାୟକୁ ସମ୍ବୋଧିତ କରି କହିଥିଲେ, ଏହା ବିଶ୍ୱବିଦ୍ୟାଳୟ ପାଇଁ ଏକ ଆହ୍ବାନପୂର୍ଣ୍ଣ ସମୟ ଏବଂ ସାମୂହିକ ପ୍ରୟାସ ଦ୍ୱାରା ହିଁ ଆମେ ଆଗକୁ ବଢ଼ିପାରିବା। ବିଶ୍ବବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ, ଅଧିକାରୀ, କର୍ମଚାରୀ, ଗବେଷକ, ଛାତ୍ର-ଛାତ୍ରୀ ଓ ସମସ୍ତ ଅଂଶୀଦାରଙ୍କ ଠାରୁ ଆନ୍ତରିକ ସମର୍ଥନ ପାଇଁ ସେ ଆହୱାନ ଦେଇଥିଲେ ବୋଲି ବିଶ୍ବବିଦ୍ୟାଳୟର ଲୋକସମ୍ପର୍କ ଅଧିକାରୀ ଏକ ପ୍ରେସ ଇସ୍ତାହାରରେ ସୂଚନା ଦେଇଛନ୍ତି ।

ସୂଚନା ଥାଉକି, ପ୍ରଫେସର ପଣ୍ଡା ୨୩ ଜାନୁଆରୀ ୨୦୨୩ରେ ସଂସ୍କୃତ ବିଭାଗରେ ନିୟମିତ ପ୍ରଫେସର ଭାବେ ସିୟୁଓରେ ଯୋଗ ଦେଇଥିଲେ। ସିୟୁଓରେ ସେ କୁଳପତି ଆଇ/ସି,ରେଜିଷ୍ଟ୍ରାର ଆଇ/ସି ଫାଇନାନ୍ସ ଅଫିସର ଆଇ/ସି ଏବଂ ଆଇକ୍ୟୁଏସି ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଥିଲେ।