ଝାରସୁଗୁଡ଼ା ସମାବେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାବାସୀଙ୍କୁ ସମ୍ବୋଧନ କରିଛନ୍ତି
1 min read
ଭୁବନେଶ୍ୱର: ଝାରସୁଗୁଡ଼ା ସମାବେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାବାସୀଙ୍କୁ ସମ୍ବୋଧନ କରିଛନ୍ତି। ଏହା ସହ ନବରାତ୍ର ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଦେଢ଼ ବର୍ଷ ପୂର୍ବେ ବିଧାନସଭା ନିର୍ବାଚନରେ ନୂଆ ସଂକଳ୍ପ ନେଇଛନ୍ତି ମୋଦି। ବିକଶିତ ଓଡ଼ିଶାର ସ୍ବପ୍ନ ନେବାକୁ ଶପଥ ନେଇଛନ୍ତି। ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଆଜି ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଚାଲିଛି। ଆଜିଠୁ ସାରା ଦେଶରେ IIT ସମ୍ପ୍ରସାରଣ କାର୍ଯ୍ୟ ଆରମ୍ଭ ହୋଇଛି। ଆଜି ବ୍ରହ୍ମପୁର-ସୁରତ ଅମୃତ ଭାରତ ଏକ୍ପପ୍ରେସ ଶୁଭାରମ୍ଭ ହୋଇଛି। ସୁରତ ସହ ଆପଣଙ୍କ ସମ୍ପର୍କ କେତେ ଜରୁରୀ ତାହା ସମସ୍ତେ ଜାଣନ୍ତି।ପଶ୍ଚିମବଙ୍ଗ ପରେ ଗୁଜରାଟରେ ସର୍ବାଧିକ ଓଡ଼ିଆ ରହନ୍ତି।ଆମ ସରକାର ଏଯାବତ ୪ କୋଟି ଗରିବଙ୍କୁ ପକ୍କା ଘର ଦେଇଛନ୍ତି। ପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପ୍ରଶଂସନୀୟ କାର୍ଯ୍ୟ କରିଛନ୍ତି। ଆଜି ଓଡ଼ିଶାରେ ୫୦ ହଜାର ପକ୍କା ଘର କାର୍ଯ୍ୟାଦେଶ ଦିଆଯାଇଛି। ଓଡ଼ିଶା ଲୋକଙ୍କ ସାମର୍ଥ୍ୟ ସହ ମୁଁ ପୂରା ସହମତ।
ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ବିଗତ ଦଶନ୍ଧିରେ ଗରିବୀ ସହ ଲଢ଼ିଛନ୍ତି, ଏବେ ବିକାଶ ଦେଖିବେ। ଓଡ଼ିଶାରେ ଆଗାମୀ ଦିନରେ ୨ ସେମିକଣ୍ଡକ୍ଟର ୟୁନିଟ ହେବାକୁ ଯାଉଛି। ଏହି ସେମିକଣ୍ଡକ୍ଟରରୁ ବାହରୁଥିବା ଚିପ୍ସ ସବୁ କାର୍ଯ୍ୟରେ ଲାଗିବ। ଏହି ଛୋଟିଆ ଚିପ୍ସ ସବୁ ଦୈନନ୍ଦିନ ସାମଗ୍ରୀରେ ଲାଗିବ। ଚିପ୍ସ ଠାରୁ ଆରମ୍ଭ କରି ସିପ ପର୍ଯ୍ୟନ୍ତ ଭାରତ ସବୁଥିରେ ଆତ୍ମନିର୍ଭର ହେବ। ଆମ ଦେଶ କୌଣସି ଦେଶ ଉପରେ ନିର୍ଭର କରିବ ନାହିଁ। ସ୍ବଦେଶୀ ଜ୍ଞାନକୌଶଳରେ ସିପ ନିର୍ମାଣ ପାଇଁ ୧୭ ହଜାର କୋଟି ମଞ୍ଜୁର ହୋଇଛି। ଏଥିରୁ ସବୁଠୁ ବେଶୀ ଫାଇଦା ଯୁବପିଢ଼ି ପାଇବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି