June 27, 2025

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଓଡ଼ିଶାରେ ବିଜେପି ସରକାରର ଏକ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ

1 min read

ଭୁବନେଶ୍ଵର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଓଡ଼ିଶାରେ ବିଜେପି ସରକାରର ଏକ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ରାଜ୍ୟସ୍ଥରୀୟ ସମାରୋହରେ ଯୋଗ ଦେଇଛନ୍ତି। ଶ୍ରୀ ମୋଦୀ କହିଛନ୍ତି, ଶହ ଶହ ବର୍ଷ ଧରି ଓଡ଼ିଶା ଭାରତୀୟ ସଭ୍ୟତା ଏବଂ ସଂସ୍କୃତିକୁ ସମୃଦ୍ଧ କରିଆସୁଛି। ସେ କହିଛନ୍ତି, ଆଜି ଯେତେବେଳେ ବିକାଶ ଏବଂ ଐତିହ୍ୟର ମନ୍ତ୍ର ଭାରତର ପ୍ରଗତିରେ ଆଧାର ପାଲଟିଛି, ସେହି ସମୟରେ ଓଡ଼ିଶାର ଭୂମିକା ଆହୁରି ଗୁରୁତ୍ୱପୂର୍ଣ୍ଣ ହୋଇଛି।

ପ୍ରଧାନମନ୍ତ୍ରୀ କହିଛନ୍ତି, ବିଗତ ବର୍ଷଗୁଡ଼ିକରେ, ଆମେ ଆଦିବାସୀ ସମାଜକୁ ହିଂସାରୁ ବାହାର କରି ବିକାଶର ନୂଆ ଲକ୍ଷ୍ୟରେ ସାମିଲ କରିଛୁ। ଏକବିଂଶ ଶତାବ୍ଦୀର ଭାରତର ବିକାଶ କେବଳ ପୂର୍ବ ଭାରତରୁ ଗତି ପାଇବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।