ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚୀନରେ ଅନୁଷ୍ଠିତ ସାଂଘାଇ ସହଯୋଗ ସଂଗଠନ (ଏସସିଓ)ର ଶିଖର ସମ୍ମିଳନୀରେ ଯୋଗ ଦେଇ ଭାରତ ଫେରିଆସିଛନ୍ତି
1 min read
ଓ୍ବାସିଂଟନ : ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚୀନରେ ଅନୁଷ୍ଠିତ ସାଂଘାଇ ସହଯୋଗ ସଂଗଠନ (ଏସସିଓ)ର ଶିଖର ସମ୍ମିଳନୀରେ ଯୋଗ ଦେଇ ଭାରତ ଫେରିଆସିଛନ୍ତି । କିନ୍ତୁ ଚୀନରେ ମୋଦୀ, ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଓ ଚୀନ ରାଷ୍ଟ୍ରପତି ସି ଜିନ ପିଙ୍ଗଙ୍କ ମଧ୍ୟରେ ହୋଇଥିବା ସାକ୍ଷାତ ନେଇ ଚର୍ଚ୍ଚା ଏବେ ବି ଜାରି ରହିଛି । ଏସବୁ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ ଭାରତ ଆମେରିକୀୟ ସାମଗ୍ରୀ ଉପରୁ ଶୁଳକ ହ୍ରାସ କରିବାକୁ ପ୍ରସ୍ତାବ ଦେଇଛି, କିନ୍ତୁ ଏସବୁ ଆଗରୁ କରିବାର ଥିଲା ।
ଭାରତ ଏତେ ଟାରିଫ ଲଗାଉଛି ଯେ ଆମ ସାମଗ୍ରୀ ଭାରତରେ ବିକ୍ରି କରିବା କଷ୍ଟକର ହୋଇପଡ଼ୁଛି । ଏହାଛଡ଼ା ଭାରତ ରୁଷରୁ ତେଲ ଓ ଅସ୍ତ୍ରଶସ୍ତ୍ର କିଣୁଛି, କିନ୍ତୁ ଆମେରିକାଠାରୁ ଏସବୁ ଅଧିକ କିଣୁନାହିଁ । ଏବେ ଭାରତ ଶୁଳକ କମ କରିବାକୁ ପ୍ରସ୍ତାବ ଦେଇଛି, କିନ୍ତୁ ଏହା ବିଳମ୍ବ ହୋଇଯାଇଛି ।
ତ୍ରୁଥ ସୋସିଆଲ ମିଡିଆରେ ସେ ଲେଖିଛନ୍ତି ଯେ ଲୋକେ କହୁଛନ୍ତି ଯେ ଭାରତ ଆମେରିକା ସହ ବହୁତ ବ୍ୟବସାୟ କରୁଛି, କିନ୍ତୁ ଆମେରିକା ଭାରତ ସହ କମ ବ୍ୟବସାୟ କରୁଛି । ଅନ୍ୟପ୍ରକାରେ କହିଲେ ଭାରତ ଆମକୁ ଅଧିକ ବିକ୍ରି କରୁଛି, କିନ୍ତୁ ଆମଠାରୁ କମ କିଣୁଛି । ବିଗତ ଅନେକ ଦଶନ୍ଧି ଧରି ଏପରି ଚାଲିଥିଲା । ଭାରତ ଏତେ ଟାରିଫ ଲଗାଉଛି ଯେ ଆମ ସାମଗ୍ରୀ ଭାରତରେ ବିକ୍ରି କରିବା କଷ୍ଟକର ହୋଇପଡ଼ୁଛି । ଏହାଛଡ଼ା ଭାରତ ରୁଷରୁ ତେଲ ଓ ଅସ୍ତ୍ରଶସ୍ତ୍ର କିଣୁଛି, କିନ୍ତୁ ଆମେରିକାଠାରୁ ଏସବୁ ଅଧିକ କିଣୁନାହିଁ । ଏବେ ଭାରତ ଶୁଳକ କମ କରିବାକୁ ପ୍ରସ୍ତାବ ଦେଇଛି, କିନ୍ତୁ ଏହା ବିଳମ୍ବ ହୋଇଯାଇଛି । ସେମାନଙ୍କୁ ଏସବୁ ଆଗରୁ କରିବାର ଥିଲା ।