ଧନତେରାସ୍ ପାଇଁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ
1 min read
ଭୁବନେଶ୍ୱର: ଆଜି ସାରା ଦେଶରେ ପବିତ୍ର ଧନତେରାସ୍ ପାଳନ କରାଯାଉଛି । ଏହି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମୋଦୀ ଏକ୍ସରେ ଶୁଭେଚ୍ଛା ଜଣାଇ କହିଛନ୍ତି ଧନତେରାସ୍ ସମସ୍ତଙ୍କ ପାଇଁ ସୁଖ, ସୌଭାଗ୍ୟ ଓ ଆରୋଗ୍ୟ କାମନା କରୁଛି । ଭଗବାନ ଧନ୍ୱନ୍ତରୀ ସମସ୍ତଙ୍କୁ ଭରପୁର ଆର୍ଶୀବାଦ ଦିଅନ୍ତୁ ।
ଏପଟେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ରାଜ୍ୟବାସୀଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଭଗବାନ ଧନ୍ୱନ୍ତରୀଙ୍କ ଆଶୀର୍ବାଦରୁ ରାଜ୍ୟର ପ୍ରତ୍ୟେକ ପରିବାର ସୁଖ, ଶାନ୍ତି, ସମୃଦ୍ଧି ,ବଂ ଉତ୍ତମ ସ୍ୱାସ୍ଥ୍ୟ ଲାଭ କରନ୍ତୁ । ମା ଲକ୍ଷ୍ମୀଙ୍କ କୃପାରୁ ଆମ ଚାଷୀ, ଶ୍ରମିକ, ମହିଳା ଓ ଯୁବପୀଢିଙ୍କ ପାଇଁ ସଫଳତାର ନୂତନ ଦ୍ୱାର ଉନ୍ମୁକ୍ତ ହେଉ ।