April 21, 2026

ଆଜିଠୁ ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

1 min read

ଭୁବନେଶ୍ୱର : ଆଜିଠୁ ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଷ୍ଟ୍ରପତି ଝାରସୁଗୁଡ଼ା ଓ ରାଇରଙ୍ଗପୁରରେ ଦୁଇଟି କାର୍ଯ୍ୟକ୍ରମରେ ଯୋଗଦେବେ ବୋଲି ଜଣାପଡ଼ିଛି । ଏହି ଅବସରରେ ରାଷ୍ଟ୍ରପତିଙ୍କୁ ସ୍ଵାଗତ କରିବା ଲାଗି ଆଜି ଝାରସୁଗୁଡ଼ାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ରାଜ୍ୟପାଳ ଡ଼. ହରି ବାବୁ କମ୍ଭମପାଟି ପହଞ୍ଚିଛନ୍ତି। ପ୍ଲାନେଟାରିୟମ ଓ ମ୍ୟୁଜିୟମର ହେବ ଉଦଘାଟନ । ରାଷ୍ଟ୍ରପତିଙ୍କ ଗସ୍ତକୁ ଆଖି ଆଗରେ ରଖି ପୁରା ପୁଲିସ୍ ଛାଉଣୀରେ ଇସ୍ପାତ ସହର । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଓଡ଼ିଶାର ରାଉରକେଲା ଗସ୍ତ କରି ଗୁରୁତ୍ୱପୂର୍ଣ୍ଣ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ କରିବେ । ପୂର୍ବାହ୍ନ ପ୍ରାୟ ୧୧ଟା ୫ ମିନିଟରେ ସେ ଇସ୍ପାତ ସହରରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି । ରାଉରକେଲା ୱାନ୍’ ପ୍ରକଳ୍ପ ଅଧୀନରେ ଏକ ଇଣ୍ଟିଗ୍ରେଟେଡ୍ କମାଣ୍ଡ ଆଣ୍ଡ କଣ୍ଟ୍ରୋଲ୍ ସେଣ୍ଟର, ଏକ ଜନଜାତି ସଂଗ୍ରହାଳୟ ଏବଂ ଏକ ପ୍ରେକ୍ଷାଳୟର ଉଦଘାଟନ କରିବେ । କୋଏଲ ନଗରରେ ଏକ ବିଶାଳ ପାର୍କ ଏବଂ ଛେଣ୍ଡ କଲୋନୀରେ ଏକ ପ୍ଲାନେଟାରିୟମର ମଧ୍ୟ ଶୁଭାରମ୍ଭ କରିବେ ।

ରାଷ୍ଟ୍ରପତି ପାନପୋଷ ସର୍କିଟ୍ ହାଉସରେ ବିଭିନ୍ନ ସଂଗଠନର ପ୍ରତିନିଧିମାନଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ କଡ଼ା କଟକଣା ଜାରି କରାଯାଇଛି। ବିମାନବନ୍ଦର ଓ ସର୍କିଟ୍ ହାଉସ୍‌ , ଟ୍ରାଇବାଲ୍ ମ୍ୟୁଜିୟମ୍ ଅଞ୍ଚଳକୁ ନୋ ଫ୍ଲାଇଂ ଜୋନ୍ କରାଯାଇଛି। ଆସନ୍ତାକାଲି ସକାଳ ପର୍ଯ୍ୟନ୍ତ କଟକଣା ବଳବତ୍ତର ରହିବ। ସହରରେ ବହୁସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏହି ଅବସରରେ ଭବ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ହେବ, ଯେଉଁଥିରେ ସୁନ୍ଦରଗଡ଼ ଜିଲ୍ଲାର ବହୁ ସଂଖ୍ୟକ ଛାତ୍ରଛାତ୍ରୀଙ୍କ ସମେତ ପ୍ରାୟ ଏକ ଲକ୍ଷରୁ ଅଧିକ ଲୋକ ସାମିଲ ହେବାର ଆଶା କରାଯାଉଛି । ସେହିପରି ଓଡ଼ିଶା ପୁଲିସର ପ୍ରସ୍ତାବିତ ରାଇରଙ୍ଗପୁର ପୋଲିସ ଜିଲ୍ଲାକୁ ରାଷ୍ଟ୍ରପତି ଶୁଭାରମ୍ଭ କରିବା ସହିତ ଏସ୍‌ପିଙ୍କ କାର୍ଯ୍ୟାଳୟକୁ ଉଦ୍‌ଘାଟନ କରିବେ ।