January 24, 2026

୨୦୦୦ କର୍ମଚାରୀଙ୍କୁ ଚାକିରିରୁ ବିଦା କରିବା ପାଇଁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନ ପକ୍ଷରୁ ଅଧିସୂଚନା ଜାରି

1 min read

ୱାଶିଂଟନ: ଆମେରିକୀୟ ଆନ୍ତର୍ଜାତୀୟ ବିକାଶ ସଂସ୍ଥା (ୟୁଏସଏଆଇଡି) ୨୦୦୦ କର୍ମଚାରୀଙ୍କୁ ଚାକିରିରୁ ବିଦା କରିବା ପାଇଁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନ ପକ୍ଷରୁ ଅଧିସୂଚନା ଜାରି କରାଯାଇଛି। ଏହାସହିତ ୧୦୦୦ ଅଧିକ କର୍ମଚାରୀଙ୍କୁ ଛୁଟିରେ ଯିବା ପାଇଁ ନିର୍ଦେଶ ଦିଆଯାଇଥିବା ନେଇ ଅଧିସୂଚନା ଜାରି ହୋଇଥିବା ଜଣାପଡିଛି।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନ ବିଶ୍ୱବ୍ୟାପୀ ଆମେରିକୀୟ ଆନ୍ତର୍ଜାତୀୟ ବିକାଶ ସଂସ୍ଥା (ୟୁଏସଏଆଇଡି)ର କିଛି କର୍ମଚାରୀଙ୍କୁ ଚାକିରୀ ଛାଡିବାକୁ ଏବଂ ଆମେରିକାରେ ପ୍ରାୟ ୨୦୦୦ ପଦବୀକୁ ଉଚ୍ଛେଦ କରିବାକୁ ଘୋଷଣା କରିଛି। ଏ ସଂକ୍ରାନ୍ତରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ପ୍ରଶାସକଙ୍କ କାର୍ଯ୍ୟାଳୟ ଦ୍ୱାରା ମାନବ ସମ୍ବଳ ହ୍ରାସ ପ୍ରୟାସରେ ପ୍ରାୟ ୨୦୦୦ ୟୁଏସଏଆଇଡି କର୍ମଚାରୀଙ୍କୁ ମଧ୍ୟ ଛଟେଇ କରାଯିବ।