ବାର୍ଷିକ ସମ୍ମିଳନୀ ପାଇଁ ଆଇ ଆର୍ ସି ଭିଲେଜ ପରିଚାଳନା କାର୍ଯ୍ୟାଳୟରେ ପରିଚାଳନା ପରିଷଦର ପ୍ରସ୍ତୁତି ବୈଠକ
1 min read
ଜାନୁୟାରୀ ୧୭: ଓଡ଼ିଶା ଦୂର୍ନୀତି ସଂଘର୍ଷ ମଞ୍ଚ, ଭୁବନେଶ୍ଵର’ ବାର୍ଷିକ ସମ୍ମିଳନୀ ଉପଲକ୍ଷେ ଆଇ ଆର୍ ସି ଭିଲେଜ ପରିଚାଳନା କାର୍ଯ୍ୟାଳୟରେ ପରିଚାଳନା ପରିଷଦର ପ୍ରସ୍ତୁତି ବୈଠକ ହୋଇଥିଲା। ଡଃ ଜଗବନ୍ଧୁ ଷଡ଼ଙ୍ଗୀ, ଅଧ୍ୟକ୍ଷ ସଭାପତିତ୍ବ କରିଥିଲେ। ସାଧାରଣ ସମ୍ପାଦକ ପୂର୍ବ ନିଷ୍ପତ୍ତି ପାଠ କରିଥିଲେ। ନମିତା ରାଓ, କୋଷାଧ୍ୟକ୍ଷ ପାଣ୍ଠି ସଂଗ୍ରହ ଦାୟିତ୍ଵ ନେଲେ। ଉପାଧ୍ୟକ୍ଷ ବଂଶୀଧର ପାଢ଼ୀ ଓ ଅଜୟ କୁମାର ମିଶ୍ର ପରିଚାଳନାରେ ସହଯୋଗ କରିବା ସହ ଅଜୟ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।କ୍ଷୀତିଶ୍ ପାଲଟା ସିଂହ, ଯୁଗ୍ମ ସମ୍ପାଦକ ଏବଂ ଆଭା ଦାସ ଓ ଗୌର ପ୍ରସାଦ ମିଶ୍ର, ସହକାରୀ ସମ୍ପାଦକ ସହ ସଦସ୍ୟଗଣ ପ୍ରଦୀପ୍ତ ମହାନ୍ତି, ଦିଲୀପ କୁମାର ସାହୁ, ଲକ୍ଷ୍ମଧର ସେଠ ଓ ଅମ୍ବିକା ଷଡ଼ଙ୍ଗୀ ଉପସ୍ଥିତି ଥିଲେ। ଆସନ୍ତା ବାର୍ଷିକ ସମ୍ମିଳନୀରେ ସ୍ମରଣିକା “ସଂଘର୍ଷ ୨୦୨୫-୨୬” ପ୍ରକାଶନ ଓ “ଖଣି ଖନନ ଓ ଖଣିଜ ସମ୍ପଦ ବିନିଯୋଗରେ ଦୁର୍ନୀତି ନିବାରଣ ପାଇଁ ବିଚାର ବିଭାଗୀୟ ଭୂମିକା” ଉପରେ ଆଲୋଚନା ପାଇଁ ସ୍ଥିର କରାଗଲା। ସ୍ମରଣିକା ପାଇଁ ମୁଖ୍ୟ ସମ୍ପାଦକ ଭାବେ ଲାୟନ ପ୍ରଦୀପ୍ତ ମହାନ୍ତିଙ୍କୁ ମନୋନୀତ କରାଗଲା।


