ମା’ ତାରାତାରିଣୀଙ୍କ ଚୈତ୍ର ଯାତ୍ରା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ
1 min read
ଛତ୍ରପୁର: ଗଞ୍ଜାମ ଜ଼ିଲ୍ଲାର ଆରାଧ୍ୟଦେବୀ ପ୍ରସିଦ୍ଧ ମା’ ତାରାତାରିଣୀଙ୍କ ଚୈତ୍ର ଯାତ୍ରା ନିମନ୍ତେ ଆଜି ଗଞ୍ଜାମ ଜ଼ିଲ୍ଲା ପ୍ରଶାସନ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଜ଼ିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛିl ଗଞ୍ଜାମ ଜ଼ିଲ୍ଲାପାଳ ଭି. କୀର୍ତ୍ତି ଭାସନ ଅଧକ୍ଷତା କରି ଚଳିତ ବର୍ଷ ମା’ଙ୍କ ଯାତ୍ରା ସୁରୁଖୁରୁରେ କିପରି ପାଳନ କରାଯିବ ସେଥିପ୍ରତି ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତିl ମା’ଙ୍କ ଯାତ୍ରା ଆସନ୍ତା ମାସର ମଙ୍ଗଳବାର ଚାରି ପାଳି ଅନୁଷ୍ଠିତ ହେବl ମାର୍ଚ୍ଚ ୧୦ ତାରିଖରେ ମଙ୍ଗଳବାରର ପ୍ରଥମ ପାଳି ଯାତ୍ରା ଆରମ୍ଭ ହେବl ଦ୍ଵିତୀୟ ମଙ୍ଗଳବାର ମାର୍ଚ୍ଚ ୧୭, ତୃତୀୟ ପାଳି ମଙ୍ଗଳବାର ମାର୍ଚ୍ଚ ୨୪ ଏବଂ ଚତୁର୍ଥ ମଙ୍ଗଳବାର ପାଳି ମାର୍ଚ୍ଚ ୩୧ l ପ୍ରବଳ ଜନସମାଗମକୁ ଦୃଷ୍ଟିରେ ରଖି ଶାନ୍ତିଶୃଙ୍ଖଳାରେ ଯାତ୍ରା ଶେଷ କରିବାବୁ ଜିଲ୍ଲାପାଳ ଶ୍ରୀ ଭାସନ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ଟ୍ରାଫିକ୍, ଆଇନଶୃଙ୍ଖଳା ବ୍ୟବସ୍ଥା ଉନ୍ନତଧରଣର କରିବାକୁ ପୁଲିସ ବିଭାଗକୁ କୁହାଯାଇଛି।


