September 8, 2025

ଅଭିଜିତ ମଜୁମଦାର ଅଧିକ ଚିକିତ୍ସା ପାଇଁ ଦିଲ୍ଲୀ ଏମ୍‌ସକୁ ସ୍ଥାନାନ୍ତରିତ ହୋଇପାରନ୍ତି

1 min read

ଭୁବନେଶ୍ବର: ଓଡ଼ିଆ ମନୋରଂଜନ ଦୁନିଆର ଲୋକପ୍ରିୟ ସଂଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର ଅଧିକ ଚିକିତ୍ସା ପାଇଁ ଦିଲ୍ଲୀ ଏମ୍‌ସକୁ ସ୍ଥାନାନ୍ତରିତ ହୋଇପାରନ୍ତି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଆଜି ସନ୍ଧ୍ୟାରେ ଏମ୍‌ସ ଭୁବନେଶ୍ବରରେ ଚିକିତ୍ସାଧୀନ ଅଭିଜିତ ମଜୁମଦାରଙ୍କୁ ଭେଟିଲା ପରେ ଏହି ଅପ୍‌ଡେଟ୍‌ ଆସୁଛି।

ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ମହାଲିଙ୍ଗ ଅଭିଜିତ ମଜୁମଦାରଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝିବା ପାଇଁ ଏମ୍‌ସ ଭୁବନେଶ୍ବର ଗସ୍ତ କରିଥିଲେ। ଅଭିଜିତଙ୍କୁ ଭେଟଲା ପରେ ଏଠାରେ ଡାକ୍ତରୀ ଦଳ ସହ ଆଲୋଚନା କରିଥିଲେ। ଏହି ଅବସରରେ ତାଙ୍କ ସହ ଭୁବଶ୍ବେର (ଏକାମ୍ର) ବିଧାୟକ ବାବୁ ସିଂ, ଅଭିନେତା ଶ୍ରୀତମ ଦାସ, ଡାକ୍ତର ଅମ୍ରିତ ପାଟ୍ଟଯୋଶୀ ପ୍ରମୁଖ ରହିଥିଲେ।