January 7, 2026

ବାଲେଶ୍ୱର ପୌରପାଳିକା ଓ ୟୁଏଲବି ଅଞ୍ଚଳରେ ପ୍ରଦୂଷଣ କଟକଣା

1 min read

ବାଲେଶ୍ୱର: ବାଲେଶ୍ୱର ପୌରପାଳିକା ଓ ୟୁଏଲବି ଅଞ୍ଚଳରେ ପ୍ରଦୂଷଣ କଟକଣା । ଲଗାତାର AQI ବୃଦ୍ଧି ନେଇ ଗାଇଡଲାଇନ ଜାରି କରିଛନ୍ତି ଜିଲ୍ଲାପାଳ ।
ଗତ କିଛି ଦିନ ଧରି ବାଲେଶ୍ୱର ଜିଲ୍ଲା ଓ ସହରରେ ପ୍ରଦୂଷଣ ମାତ୍ରାଧିକ ଥିଲା । ଯାହାକୁ ଦୃଷ୍ଟିରେ ରଖି କଡ଼ା ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲା ପ୍ରଶାସନ । ବିଶେଷକରି ବାଲେଶ୍ୱର ପୌରାଞ୍ଚଳ ପାଇଁ କଡ଼ା ଗାଇଡଲାଇନ ଜାରି କରିଛନ୍ତି ଜିଲ୍ଲା ପ୍ରଶାସନ । ଗ୍ରାପ୍ ଷ୍ଟେଜ-୨ ଗାଇଡଲାଇନ ଅନୁସାରେ ଅନେକ କଟକଣା ମାନିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲା ପ୍ରଶାସନ । ଗାଇଡଲାଇନ ଅନୁସାରେ ସନ୍ଧ୍ୟା ୬ଟାରୁ ସକାଳ ୧୦ଟ ମଧ୍ୟରେ ସମସ୍ତ ନିର୍ମାଣ ବନ୍ଦ ରହିବ । ରାସ୍ତାରେ ଦିନକୁ ୩ଥର ପାଣି ସିଞ୍ଚନ ପାଇଁ ଏନଏଚଏଆଇ କୁ ପରାମର୍ଶ ଦେଇଛି ପ୍ରଶାସନ । ସେହିପରି ସହର ମଧ୍ୟକୁ ଭାରିଯାନ ପ୍ରବେଶ ବାରଣ କରାଯାଇଛି । ଢାବାରେ କୋଇଲା ଜାଳେଣୀ ଓ ଆବର୍ଜନା ଜାଳିବା ସମ୍ପୂର୍ଣ୍ଣ ମନା ହୋଇଛି । ଆସନ୍ତା ୭ଦିନ ପାଇଁ ଏହି ଗାଇଡଲାଇନ ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲା ପ୍ରଶାସନ ।
ଗତ କିଛିଦିନ ଧରି ରାଜ୍ୟରେ ଦେଖା ଦେଇଥିବା ପ୍ରଦୂଷଣ ମାତ୍ର ସରକାରଙ୍କୁ ଚିନ୍ତାରେ ପକାଇଦେଇଥିଲା । କିଛିଦିନ ପୂର୍ବରୁ ଦେଶର ସର୍ବାଧିକ ସହର ହୋଇଥିଲା ବାଲେଶ୍ବର ।